ମେ’ ୮ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ

0

ନୂଆଦିଲ୍ଲୀ: ପୁଣି ମନୀଷ ସିସୋଦିଆଙ୍କୁ କୋର୍ଟରୁ ମିଳିଲା ଝଟକା । ରାଉସ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ତଥା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୮ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲା । ଏହା ଉପରେ କୋର୍ଟ ଇଡିକୁ ମେ ‘ ୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।କୋଟ କହିଛନ୍ତି ଯେ ଦସ୍ତାବିଜ ନିରୀକ୍ଷଣକୁ ନେଇ ଇଡି ମେ’ ୮ ତାରିଖ ମଧ୍ୟାହ୍ନ ୧୨ ଟା ସୁଦ୍ଧା ନିଜର ଜବାବ ଦାଖଲ କରିପାରିବ ।
ସୂଚନା ଅନୁଯାୟୀ, ମନୀଷ ସୀସୋଦିଆଙ୍କୁ ଗତ ବର୍ଷ ଫେବୃୟାରୀ ୨୬ ରେ ଗିରଫ କରାଯାଇଥିଲା । ଏହା ପରଠାରୁ ସେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି । ତେବେ ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାଧ୍ୟ ଗିରଫ ହୋଇଛନ୍ତି ।