ଭୁବନେଶ୍ୱର: ଓଡିଆ ଝିଅ ମନୀଷା ପାଢି ହୋଇଛନ୍ତି ଦେଶର ପ୍ରଥମ ମହିଳା ଏଡିସି । ବାୟୁ ସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ଡ. ହରିବାବୁ କାମଭାମପତି ତାଙ୍କୁ ଏଡିସି ଭାବେ ନିଯୁକ୍ତି ଦେଇଛନ୍ତି । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ ।
ମନୀଷା ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବାସିନ୍ଦା । କିନ୍ତୁ ତାଙ୍କ ପିତା ଭୁବନେଶ୍ୱରରେ ରୁହନ୍ତି ତେଣୁ ସେ ଭୁବନେଶ୍ୱର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଥିବା କୁହାଯାଉଛି । ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ପରିଚୟ କରାଯାଇଥିଲା। ମନୀଷା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି ।