ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ଅଧିନରେ ମନୋଜ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି

0

ଭୁବନେଶ୍ୱର-: ରାଜ୍ୟ ସରକାରଙ୍କ ନୂଆ ସୂଚନା କମିଶନରଙ୍କ ନିଯୁକ୍ତି । ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇଏଏସ ଅଫିସର ମନୋଜ ପରିଡାଙ୍କୁ ମିଳିଛି ନୂଆ ଦାୟିତ୍ଵ । ୧୯୮୬ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇସାରିଛନ୍ତି । ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ଅଧିନରେ ମନୋଜ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।

୨୦୦୫ ମସିହା ଅକ୍ଟୋବର ମାସରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୋଟିଫିକେସନ ନ. ୪୯୫/ ୨୦୦୫ରେ ଓଡ଼ିଶା ସୂଚନା କମିଶନ ଗଠନ କରାଯାଇଥିଲା । ପରେ ଉକ୍ତ ବର୍ଷ ନଭେମ୍ବର ମାସ ୨୦ ତାରିଖରେ କମିଶନ କାର୍ଯ୍ୟକ୍ଷମ ହୋଇଥିଲା । ଓଡ଼ିଶା ରାଜ୍ୟ ସୂଚନା କମିଶନ, ଏକ ସ୍ୱାୟତ୍ତ ଏବଂ ସାମ୍ବିଧାନିକ ସଂସ୍ଥା । ଏହାର ପ୍ରାଥମିକ କାର୍ଯ୍ୟଗୁଡ଼ିକ ମଧ୍ୟରେ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ସେୟାର କରାଯାଇଥିବା ସୂଚନା ଉପରେ ଆବେଦନର ଶୁଣାଣି, ସୂଚନା ପ୍ରଦାନ କରିବାକୁ ମନା କରିବା ସମ୍ପର୍କିତ ଅଭିଯୋଗଗୁଡ଼ିକର ତଦନ୍ତ ଏବଂ RTI-ସମ୍ବନ୍ଧୀୟ ଅଭିଯୋଗ ଏବଂ ପ୍ରତିକ୍ରିୟା ଉପରେ ବିଭାଗ ଗୁଡ଼ିକରୁ ବାର୍ଷିକ ରିପୋର୍ଟ ତଦାରଖ କରିବା ଅନ୍ତର୍ଭୁକ୍ତ।

ରାଜ୍ୟ ସରକାର ମନୋଜ ପରିଡାଙ୍କୁ ମୁଖ୍ୟ ସୂଚନା କମିଶନର ଓ ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି କରିଛନ୍ତି ।