ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ବ୍ୟକ୍ତିଗତ ସଚିବ ଭାବେ ମନୋଜ ସାହୁଙ୍କୁ ନିଯୁକ୍ତି । ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ୨୦୦୬ ବ୍ୟାଚର ଆଇଏଏସ ହେଉଛନ୍ତି ମନୋଜ ସାହୁ । ନିକଟରେ ଇଣ୍ଟର କ୍ୟାଡରରେ ଡେପୁଟେସନରେ ଓଡିଶାକୁ ଆସିଥିଲେ । ପୂର୍ବରୁ ମଧ୍ୟ କେନ୍ଦ୍ର ଦାୟିତ୍ୱରେ ଥିଲେ ଯେତେବେଳେ ଡେପୁଟି ଇଲେକ୍ସନ ଭାବେ କାଯ୍ୟ କରୁଥିଲେ । ନିକଟରେ ୨୦୧୧ ବ୍ୟାଚର ଅରିନ୍ଦମ ଡାକୁଆଙ୍କୁ ବ୍ୟକ୍ତିଗତ ସଚିବ ଭାବେ ସିଏମଓରେ ନିଯୁକ୍ତ କରାଯାଇଥିଲା, ତାଙ୍କୁ ଦାୟିତ୍ୱରୁ ହଟାଯାଇଛି ।