ପ୍ରକୃତିକ ବିର୍ପ୍ୟୟର କରାଳ ରୂପରେ ଅନେକ ଭୟଭୀତ

0

ହିମାଚଳପ୍ରଦେଶ: ସୁଧୁରିନି ପାହାଡି ରାଜ୍ୟର ସ୍ଥିତି । ପ୍ରକୃତିକ ବିର୍ପ୍ୟୟର କରାଳ ରୂପ ଲୋକଙ୍କ ଭୟଭୀତ କରାଇଛି । ପ୍ରତିଦିନ ଲୋକଙ୍କ ମୃତ୍ୟୁ ଓ ଅଘଟଣର ଖବର ସାମ୍ନାକୁ ଆସୁଛି । ଏନେଇ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକ ଅଞ୍ଚଳ ଯୋଗଯୋଗରୁ ବିଚ୍ଛିନ୍ନ ହୋଇଛି । ଲୋକମାନେ ସ୍ଥାନେ ସ୍ଥାନେ ଭୋକ ଉପାସରେ ରହୁଥିବା ନଜିର ଆସିଛି । ଆଜି ବି ଭାରି ବର୍ଷା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି ।
ପୂର୍ବତନ ଏଚପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିପୁଳ କ୍ଷୟକ୍ଷତି ହୋଇଛି । ଏଣୁ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ମୁଁ ମୋର ନିର୍ବାଚନ ମଣ୍ଡଳି ପରିଦର୍ଶନ କରିଛି । ଆହୁରି ସେ କହିଛନ୍ତି ଦୁଇ ମହଲା ବିଶିଷ୍ଟ ସ୍କୁଲ କୋଠାଘର ଆଜି ଭୁଷୁଡି ପଡିଛି । ଏବଂ ଫାଟ ସୃଷ୍ଟି ହୋଇଥିବାରୁ ପ୍ରାୟ ସମସ୍ତ ଘର ଅସୁରକ୍ଷିତ ହୋଇ ପଡିଛି । ଗୋଟିଏ ଗୋଟି ଦିନରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଆଉ ଏହି ଅଞ୍ଚଳ ଗୁଡିକ ସହ ସଂଯୋଗ ସମ୍ଭବ ହୋଇପାରୁନି । ଏହି ଅଞ୍ଚଳରେ ଖାଦ୍ୟଭାବ ଦେଖା ଦେଉଥିବାରୁ ସେ ସମସ୍ୟା ଘେରରେ ଥିବା ଲୋକଙ୍କ ପାଇଁ ରାସନର ସୁବ୍ୟବସ୍ଥା କରିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ ହିମାଚଳପ୍ରଦେଶର ଦୁର୍ଗମ ଅଞ୍ଚଳକୁ ହେଲିକ୍ୟାପ୍ଟର ଯୋଗେ ଖାଦ୍ୟ ସାମଗ୍ରୀ ଓ ଔଷଧ ବିତରଣ କାର୍ଯ୍ୟ ଜାରି ରହିଛି । ମଣ୍ଡି ଜିଲ୍ଲା ପ୍ରଶାସନ ବନ୍ୟା ପ୍ଳବିତ ଅଞ୍ଚଳରେ ଏହି ସୁବିଧା ଯୋଗାଉଛି । ଗତକାଲି ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାର ଶେହନୁ ଗୁନି ଓ ଖୋଲାନାଲା ଗ୍ରାମରେ ଏନଡିଆରଏଫ ଟିମ୍ ୫୧ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।