ମଧୁବାବୁ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନାଟକୀୟ ଢଙ୍ଗରେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯାଇଛି

0

ବ୍ୟୁରୋ : ମଧୁବାବୁଙ୍କର ଜୀବନକୁ ନେଇ ଏକ ସୁନ୍ଦର ନାଟକ ପ୍ରଦର୍ଶିତ ହୋଇଛି। ମଧୁବାବୁ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନାଟକୀୟ ଢଙ୍ଗରେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଦର୍ଶକଙ୍କୁ ବନ୍ଧି ରଖିଥିଲା ମଧୁବାବୁଙ୍କର ଜୀବନ କାହାଣୀ । ଏହି ନାଟକ ପ୍ରଦର୍ଶିତ ହୋଇଛି ରବୀନ୍ଦ୍ର ମଣ୍ଡପରେ । ହୃଦୟ ନିବେଦିତା ଏକକ ନାଟକଟି ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଆଉ ମଧୁବାବୁଙ୍କ ଭୂମିକାରେ ନିଖୁଣ ଅଭିନୟ କରିଥିଲେ ଅଧ୍ୟାପକ ରମାକାନ୍ତ ମିଶ୍ର । ଏହା ସହ ନାଟକର ରଚନା, ନିର୍ଦ୍ଦେଶନା, ପ୍ରଯୋଜନା ମଧ୍ୟ ରମାକାନ୍ତ ମିଶ୍ର କରିଛନ୍ତି । ଏହା ଦ୍ୱାରା ମଧୁବାବୁଙ୍କର କାହାଣୀ ପ୍ରତିଟି ଓଡ଼ିଆ ଜାଣିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଅଧ୍ୟାପକ ରମାକାନ୍ତ ମିଶ୍ର । ଓଡ଼ିଶାର ଭାଷା ଆନ୍ଦୋଳନକୁ ତୀବ୍ରତର କରାଇ ସବୁ ଅଂଚଳର ଲୋକଙ୍କୁ ଏକାଠି କରି ଓଡ଼ିଶାକୁ ଭାରତର ପ୍ରଥମ ଭାଷାଭିତିକ ପ୍ରଦେଶ ମାନ୍ୟତା ଦିଆଯିବାରେ ମଧୁବାବୁଙ୍କର ଭୂମିକା ସବୁଠାରୁ ଉଦ୍ଧ୍ୱର୍ରେ ରହିଥିଲା । ଦର୍ଶକ ମଧ୍ୟ ନାଟକ ଓ ଅଭିନୟର ପ୍ରଶଂସା କରିବା ସହ ଭାବବିହ୍ୱଳିତ ହୋଇଯାଇଥିଲେ ।