ବ୍ୟୁରୋ : ଆଜି ଠାରୁ ଦେଶରେ ଗୁରୁତ୍ଵଵହନ କରୁଥିବା ଅନେକ ନିୟମ ପରିବର୍ତ୍ତନ ହୋଇଛି । ଏଥିରେ ମୋବାଇଲ ଠାରୁ ଆରମ୍ଭ କରି ୟୁପିଆଇ, ଗୁଗଲ ଏପରିକି ଆଧାର କାର୍ଡ ସମ୍ପର୍କିତ କାର୍ଯ୍ୟ କ୍ଷେତ୍ରରେ କିଛି ନିୟମ ବଦଳିବ । ଏହି ପରିବର୍ତ୍ତନର ଉଦ୍ଧେଶ୍ୟ ହେଉଛି ବ୍ୟବହାରକାରୀଙ୍କ ଡିଜିଟାଲ ଏବଂ ଆର୍ଥିକ କାରବାରକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା । ଏତଦବ୍ୟତୀତ ଏହି ନୂଆ ନିୟମ ଗ୍ରାହକଙ୍କ ଗୋପନୀୟତା, ସୁରକ୍ଷା ଏବଂ ଆର୍ଥିକ କାରବାର ଉପରେ ପ୍ରଭାବ ପକାଇବ। ଆଜି ଠାରୁ ଗୁଗଲ ପ୍ଲେ ଷ୍ଟୋରରେ ଅନେକ ପରିବର୍ତ୍ତନ ଆସିବ। ଏହାରି ଭିତରେ ପ୍ଲେ ଷ୍ଟୋରରୁ ନିମ୍ନମାନର ଆପ ଗୁଡିକୁ ହଟାଇ ଦିଆଯିବ । ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଆପ ଗୁଡି଼କ ମାଲୱେରର ଏକ ଉତ୍ସ ହୋଇପାରେ । ଏହା ସହ ଉପଭୋକ୍ତ ଙ୍କର ସୁରକ୍ଷା ଓ ତଥ୍ୟ ଗୋପନୀୟତାକୁ ଉନ୍ନତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପକ୍ଷେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ନିୟମ ଅନୁସାରେ ଆଜି ଠାରୁ ରୁପେ କ୍ରେଡିଟ କାର୍ଡ ଓ ୟୁପିଆଇ କାରବାର ଶୁଳ୍କ ରିୱାର୍ଡ଼ ପଏଣ୍ଟରୁ କଟାଯିବ ନାହିଁ। ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ବ୍ୟାଙ୍କକୁ ସୂଚାଇ ଦିଆଯାଇଛି ।