ନୂଆ ବର୍ଷରେ ବାତିଲ ହୋଇ ପାରେ ପହୁଡ ନୀତି

0

ପୁରୀ: ପାଖେଇ ଆସୁଛି ନୂଆ ବର୍ଷ । ଏଥି ପାଇଁ ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନୂଆ ବର୍ଷରେ ଗହଳିକୁ ଦୃଷ୍ଟିରେ ରଖି ମହା ପ୍ରଭୁଙ୍କର ରାତି ପହୁଡ ବାତିଲ ହୋଇପାରେ ବୋଲି କୁହାଯାଉଛି । ରାତି ୧୧ ସୁଦ୍ଧା ପହୁଡ ହୋଇନପାରିଲେ ରାତି ପହୁଡ ନୀତି ବାତିଲ କରାଯିବ । ଶ୍ରୀମନ୍ଦିର ପରିସର ଲୋକାରଣ୍ୟ ଥିଲେ ଜାନୁଆରି ୧ତାରିଖରେ ଦିବା ପହୁଦ ମଧ୍ୟ ବାତିଲ କରାଯାଇ ପାରେ ବୋଲି କୁହାଯାଉଛି । ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀରୁ ଭକ୍ତମାନଙ୍କ ସୁଅ ଛୁଟିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ନୀତି ସବ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ନୀତି ଓ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି ।