ରେଳ ଡିଭିଜନ କାର୍ଯ୍ୟାଳୟ ପାଇଁ ଉଚ୍ଛେଦ ହେବ ଅନେକ ବସ୍ତି

0

(ମନୋଜ କୁମାର ସାହୁ / ରାୟଗଡା): ପୂର୍ବତଟ ରେଳପଥର ନୂତନ ଡିଭିଜନ ଭାବେ ରାୟଗଡାକୁ ଦୀର୍ଘ ଦେଢ଼ବର୍ଷ ଘୋଷଣା କରାଯାଇଛି । ରାୟଗଡ଼ା ଏକ ସ୍ୱତନ୍ତ୍ର ଡିଭିଜନ ଭାବେ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ରେଳ ବିଭାଗ ଖସଡ଼ା ମଧ୍ୟ ପ୍ରସ୍ତୁତ କରିଛି । ତେବେ ଏଥିପାଇଁ ସହରର ଓ ଏହା ନିକଟରେ ରହିଥିବା ରେଳବାଇର ଜମି ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାଦ୍ୱାରା ରେଳବାଇ ଜମିରେ ଗଢି ଉଠିଥିବା ଅନେକ ବସ୍ତି ଏବେ ହଟାଯିବ । ତେଣୁ ବସ୍ତିରେ ରହୁଥିବା ହଜାର ହଜାର ଲୋକ ଚିନ୍ତରେ ପଡିଛନ୍ତି । ଗତ କିଛିଦିନ ପୂର୍ବେ ସଂସଦରେ ରେଳବାଇ ମନ୍ତ୍ରୀ ପିୟୁସ ଗୋଏଲ ଏ ସମ୍ପର୍କରେ ଉତର ରଖିବା ସହ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କୁ ଲିଖିତ ଭାବେ ମଧ୍ୟ ଅବଗତ କରାଇଛନ୍ତି । ଡିଭିଜନ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସ୍ଥାନ ନିରୁପଣ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚିଛି । ରାୟଗଡ଼ା ଠାରେ ରେଳ ବିଭାଗର ହଜାର ହଜାର ଏକର ଜମି ରହିଛି । ସେଥି ମଧ୍ୟରୁ ଯେ କୋ÷ଣସି ସ୍ଥାନରେ ଡିଭିଜନ କାର୍ଯ୍ୟାଳୟ ନିର୍ମାଣ ହେବ । ଡିଆରଏମ ଅଫିସ ସହ ଅତିରିକ୍ତ ଡିଆରଏମ ଏବଂ ଚିଫ ଇଞ୍ଜିନିୟର, ଅପରେସନ, ସିଗନାଲ, ରକ୍ଷଣାବେକ୍ଷଣ, ମରାମତି, ଲୋକ ସମ୍ପର୍କ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା ହେବ । ଆଉ ଅଳ୍ପଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବବୋଲି ସୂଚନା ମିଳିଛି । ଏଥିପ ୁ ନିଯୁକ୍ତି ପାଇଥିବା ନୋଡ଼ାଲ ଅଧିକାରୀ ରେଳବାଇର ବିଭିନ୍ନ ଜମି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁ କେଉଁ ସ୍ଥାନରେ ରେଳ ବିଭାଗର ଜମି ରହିଛି ତାହା ଅନୁଧ୍ୟାନ କରିଥିବା ବେଳେ ସେ ସମ୍ପର୍କିତ ରିପୋର୍ଟ ପୂର୍ବତଟ ରେଳପଥକୁ ପ୍ରଦାନ କରିଛନ୍ତି । ତେବେ ରେଳ ବିଭାଗର ଜମି ଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନରେ ବସ୍ତି ଗୁଡ଼ିକ ଗଢ଼ି ଉଠିଛି । ଉକ୍ତ ବସ୍ତିରେ ହଜାର ସଂଖ୍ୟାରେ ଲୋକ ସ୍ଥାୟୀ ଭାବେ ବର୍ଷ ବର୍ଷ ଧରି ରହିଆସୁଛନ୍ତି । ହେଲେ ସେ ସବୁ ବସ୍ତିକୁ ହଟାଯିବ ବୋଲି ସୂଚନା ମିଳିଛି । ରାୟଗଡ଼ା ସହର ଠାରୁ ଆରମ୍ଭ କରି ସିଙ୍ଗାପୁର ରୋଡ଼ ରେଳଷ୍ଟେସନ ପର୍ଯ୍ୟନ୍ତ ରେଳ ବିଭାଗର ଯେତେ ଜମି ରହିଛି ସେ ସବୁକୁ ଖାଲି କରାଯିବ । ଏଭଳିକି ରେଳଷ୍ଟେସନ ସମ୍ମୁଖରେ ଥିବା ବସ୍ତି ପୂର୍ବରୁ ଉଚ୍ଛେଦ ହୋଇଛି । ବର୍ତମାନ ଭୀମାସାହି, ଅଣ୍ଡରଗ୍ରାଉଣ୍ଡ ନିକଟ, ବନ ବିଭାଗ କାର୍ଯ୍ୟାଳୟ ନିକଟ, ରୟତକୋଲୋନି ନିକଟ, କୋରାପୁଟ ଛକ
ତେବେ ଏହାକୁ ନେଇ ରେଳ ବିଭାଗର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ । କିନ୍ତୁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଉଭୟ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ ବସ୍ତିରେ ରହୁଥିବା ଲøାକଙ୍କୁ ଥଇଥାନ କରାଯାଇନାହିଂ ସେତେଦିନ ପର୍ଯ୍ୟନ୍ତ ଉଛେଦ ହେବନାହିଁ । ରାଜ୍ୟ ସରକାର ସେମାନଙ୍କୁ ଥଇଥାନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏଣେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଏଥିପାଇଁ ରେଳବାକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଅଙ୍ଗୁଳି ଉଠାଇଛନ୍ତି । ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଥାଇଥାନ କରିବା ପାଇଁ ଚିନ୍ତା କରୁଛନ୍ତି । କିନ୍ତୁ ଜାଗାର ଅଭାବ ରହିଥିବା ସେ ସୂଚନା ଦେଇଛନ୍ତି । ଏଥିସହ ରେଳମନ୍ତ୍ରୀ ତାଙ୍କୁ ପ୍ରଦାନ କରିଥିବା ଉତର ସମ୍ପର୍କରେ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରେଳ ଡିଭିଜନ କାର୍ଯ୍ୟାଳୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଗରିବ ବସ୍ତି ବାସିନ୍ଦାଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି । ତେବେ ଦେଖିବାର କଥା ବସ୍ତି ବାସିନ୍ଦା ଥଇଥାନ ହେଉଛନ୍ତି ନା ନାହିଁ ।