ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଆସିବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଗଣ

0

ଭୁବନେଶ୍ୱର:  ପ୍ରବାସୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ସବୁ ବିଭାଗର ମନ୍ତ୍ରୀ ଓ ଅଫିସର ମାନେ ପ୍ରସ୍ତୁତି ନେଇ ଲଗାତାର ସମୀକ୍ଷା କରୁଛନ୍ତି । ରାଜ୍ୟ ସରକାର ପ୍ରବାସୀ ମାନଙ୍କ ସୁ ଵ୍ୟଵସ୍ଥା ପାଇଁ ପୁରାପୁରି ପ୍ରସ୍ତୁତ ରହିଥିବା କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରବାସୀ ମାନେ ମନ୍ଦିର ମାଳିନୀ ଭୁବନେଶ୍ୱର ର ସବୁ ମନ୍ଦିର ବୁଲିବେ ଏନେଇ ମନ୍ଦିର ଗୁଡ଼ିକ ସଫାସୁତୁରା ଭକ ଭାବରେ କରିବା ସହିତ ସାଜସଜ୍ଜା କରାଯାଇଛି । ସେହିପରି ବିଭିନ୍ନ ପାର୍କ ରେ ମଧ୍ୟ ସ୍ୱତନ୍ତ୍ର ସାଜସଜ୍ଜା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଅନେକ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଗଣ ମଧ୍ୟ ଉପସ୍ଥିତ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ରାଜଧାନୀ ର ସମସ୍ତ ଘର ମାଲିକ ମାନଙ୍କୁ ମନ୍ତ୍ରୀ ନିନେଦନ କରିଛନ୍ତି ଗୃହ ସମ୍ମୁଖରେ ସାଜସଜ୍ଜା କରିବା ପାଇଁ । ଗୃହ ସମ୍ମୁଖରେ ପରିଷ୍କାର ରଖିବା ସହିତ ଝୁଟି ଚିତ୍ତା ପକାଇ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ କହିଛନ୍ତି , ଏଥି ସହିତ ବଡ଼ ବଡ଼ ମଲ , ପେଟ୍ରୋଲ ପମ୍ପ ଆଦି ମାଲିକ ମାନେ ମଧ୍ୟ ଆଲୋକ ମାଳାରେ ନିଜ ପ୍ରତିଷ୍ଠାନ ଆଲୋକିତ କରି ସଜେଇବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ସେହିପରି ଭୁବନେଶ୍ୱର କୁ ମଧ୍ୟ ଆହୁରି ସାଜସଜ୍ଜା କରାଯିବ ବିଭିନ୍ନ ସ୍ଥାନରେ ଆହୁରି ସୁନ୍ଦର ସୁନ୍ଦର ଫୁଲକୁଣ୍ଡ ଆଜି ରାତିସୁଧା ବସିବ ବୋଲି ମନ୍ତ୍ରୀ କହିଛନ୍ତି ।