ଆନ୍ଧ୍ର ପ୍ରଦେଶର ଥଡି ଏବଂ ଅଙ୍କାପଲେ ମଧ୍ୟରେ ଆଜି ସକାଳେ ଏକ ମାଲ୍ବାହୀ ଗାଡ଼ି ଲାଇନ୍ଚ୍ୟୁତ ହୋଇଯାଇଛି । ବୁଧବାର ସକାଳେ ଏକ ମାଲ୍ବାହୀ ଗାଡ଼ି ରେଳଧାରଣାରୁ ଖସି ଯାଇଥିବା ନେଇ ଦକ୍ଷିଣ-ମଧ୍ୟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି । ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଏପର୍ଯ୍ୟନ୍ତ ଖବର ମିଳିନାହିଁ।
ଦକ୍ଷିଣ-ମଧ୍ୟ ରେଲୱେର ଅଧିକାରୀମାନେ ମାଲ୍ବାହୀ ଗାଡ଼ି ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ରେଳ ଟ୍ରାକ୍ ସଫା କରାଉଛନ୍ତି। ଏହି କାରଣରୁ ଅନେକ ଟ୍ରେନ୍ ବାତିଲ ହୋଇଥିବା ବେଳେ ଅନେକ ଗାଡ଼ିର ସମୟ ପରିବର୍ତ୍ତନ କରାଯାଇଛି ।
ଦକ୍ଷିଣ-ମଧ୍ୟ ରେଲୱେ ଅନୁସାରେ ଟ୍ରେନ୍ ସଂଖ୍ୟା ୧୨୮୦୫ ବିଶାଖାପାଟନମ୍-ଲିଙ୍ଗମ୍ପଲ୍ଲୀ, ୨୨୭୦୧ ବିଶାଖାପାଟନମ୍-ବିଜୟୱାଡା, ୨୨୭୦୨ ବିଜୟୱାଡା-ବିଶାଖାପାଟନମ୍ ଏବଂ ୧୭୨୪୦ ବିଶାଖାପାଟନମ୍-ଗୁଣ୍ଟୁର ବାତିଲ କରାଯାଇଛି। ଏଥି ସହିତ ଗୁରୁବାର ଚାଲୁଥିବା ଦୁଇଟି ଟ୍ରେନ୍ ୧୨୮୦୬ ଲିଙ୍ଗମ୍ପଲ୍ଲୀ-ବିଶାଖାପାଟନମ୍ ଏବଂ ୧୭୨୩୯ ଗୁଣ୍ଟୁର-ବିଶାଖାପାଟନମ୍କୁ ମଧ୍ୟ ବାତିଲ କରାଯାଇଛି। ଏହା ସହିତ ବିଶାଖାପାଟନମରୁ ସିକନ୍ଦରାବାଦ ଯାଉଥିବା ଏକ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।