ଆନ୍ଧ୍ର କ୍ୟାଡ଼ର ମାଓବାଦୀଙ୍କୁ ବିରୋଧ କରି ପୋଷ୍ଟର ଲଗାଇଲେ ଆଦିବାସୀ ମହାମଞ୍ଚ

0

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ଆନ୍ଧ୍ର କ୍ୟାଡ଼ର ମାଓବାଦୀଙ୍କୁ ବିରୋଧ କରି ବିଭିନ୍ନ ଗ୍ରାମରେ ପୋଷ୍ଟର ଲଗାଇଲା ଓଡିଶା ଆଦିବାସୀ ଅଧିକାର ମଞ୍ଚ । ମାଲକାନଗିରି ଜିଲ୍ଲାର ନାକାମାମୁଡ଼ି , ପିପଲପଦର , ଡାଇକି – 3 ନିଲାପରି ଗ୍ରାମରେ କିଛି ଏପରି ପୋଷ୍ଟର ଦେଖିବାକୁ ମିଳିଛି ।ମାଓବାଦୀ ମାନେ ଅଂଚଳର ରାସ୍ତାକାମକୁ ପ୍ରବଳ ବିରୋଧ କରି ଅନେକ ସମୟରେ ପୋଷ୍ଟର ଲଗାଉଥିବା ଦେଖିବାକୁ ମିଳୁଥିଲା। ଆନ୍ଧ୍ର ମାଓବାଦୀ ମାନେ ଆଦିବାସୀଙ୍କ ଉନ୍ନତି ପାଇଁ ଲଢେଇ କରୁଛନ୍ତି ବୋଲି କହୁଥିଲା ବେଳେ ଜନସାଧାରଣଙ୍କ ସୁବିଧା ପାଇଁ ହେଉଥିବା ରାସ୍ତା କାମ କାହିଁକି ବିରୋଧ କରୁଛନ୍ତି ।ତେଲୁଗୁ ଅଣ ଆଦିବାସୀ ମାଓନେତା ଉଦୟ , ଅରୁଣା ଓ ସୁରେଶ ନିଜ ନିଜ ଭିତରେ ବାଡ଼ିଆପିଟା ହେଉଛନ୍ତି ।

ଯେଉଁଥିପାଇଁ ମାଓ ସଂଗନରେ କାମକରୁଥିବା ମାଲକାନଗିରି ଜିଲ୍ଲାର ଆଦିବାସୀ ଭାଇ ଓ ଭଉଣୀମାନେ ଅଯଥାରେ ବଳି ପଡ଼ୁଛନ୍ତି । ଅଣ ଆଦିବାସୀ ମାଓନେତାମାନେ ଆମ ଓଡ଼ିଆ ମାଓବାଦୀଙ୍କୁ ଶାରିରୀକ ନିର୍ଯାତନା ଦେଉଛନ୍ତି ।ତେଣୁ ଅନେକ ଓଡ଼ିଆ ଆଦିବାସୀ ଭାଇ ଓ ଭଉଣୀମାନେ ମାଓ ସଂଗଠନ ଛାଡି ଆସିବାକୁ ଚାହୁଁ ଥିଲେ ବି ତେଲୁଗୁ ମାଓ ନେତା ମାନେ ସେମାନଙ୍କୁ ମାଓ ସଂଗଠନରେ ରହିବାକୁ ବାଧ୍ୟ କରୁଛନ୍ତି । ଏଣୁ ମାଲକାନଗିରି ଜିଲ୍ଲାର ଯେଉଁ କିଛି ଆଦିବାସୀ ଭାଇ ଓ ଭଉଣୀମାନେ ମାଓ ସଂଗଠନରେ ରହି କାମ କରୁଛନ୍ତି । ସେମାନେ ଯଥା ଶୀଘ୍ର ମାଓ ସଂଗଠନ ଛାଡି ଫେରି ଆସନ୍ତୁ ବୋଲି ଅନୁରୋଧ କରିଛି ଓଡିଶା ଆଦିବାସୀ ଅଧିକାର ମଞ୍ଚ ।