(ସରୋଜ କୁମାର ରାଉତ/ଭୁବନେଶ୍ୱର): ଆଜି ସକାଳେ ଝାରପଡା ଜେଲରେ ଜଣେ ବିଚାରଧୀନ ମାଓବାଦୀର ମୃତ୍ୟୁ ହୋଇଛି । ତା ନାଁ ରବି ଦୁଲା । ୨୦୦୮ ମସିହାରେ ନୟାଗଡ ଅସ୍ତ୍ରାଗାର ପୋଡି ଘଟଣାରେ ସେ ଗିରଫ ହୋଇ ଜେଲରେ ସଜା କାଟୁଥିଲା । ଏହି ମାମଲା କୋର୍ଟରେ ବିଚାରଧୀନ ଥିଲା ବେଳେ ଆଜି ସକାଳେ ହୃଦଘାତରେ ତାର ମୃତ୍ୟୁ ହୋଇଛି । ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।