୨ କୋଟିର କେନ୍ଦୁପତ୍ର ପୋଡ଼ିଦେଲେ ମାଓବାଦୀ

0

(ନବରଙ୍ଗପୁର / ଟୁକୁନା ଖରା ) : ମାଓବାଦୀଙ୍କ ତାଣ୍ଡବ ଲୀଳା । ପୋଡ଼ି ଦେଲେ ୨ କୋଟିର କେନ୍ଦୁପତ୍ର । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଅଧିନସ୍ଥ ଦେବନ୍ଧରେ ଏକ କେନ୍ଦୁପତ୍ର ଗୋଦାମରେ ମାଓବାଦୀମାନେ ନିଆଁ ଲଗାଇଦେଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀ ମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ ୩୦ରୁ ଉଦ୍ଧ୍ୱର୍ ମାଓବାଦୀ ଆସିଥିଲେ । ୨୦ ଜଣ ମାଓବାଦୀ ଗୋଦାମ ବାହାରେ ଜଗିଥିବାବେଳେ ୧୦ ଜଣ ମାଓବାଦୀ ଗୋଦାମ ଭିତରେ ପଶି ବସ୍ତାବସ୍ତା କେନ୍ଦୁପତ୍ରରେ ନିଆଁ ଲଗାଇଦେଇଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ମାଓବାଦୀମାନେ ଗାର୍ଡ,ଫରେଷ୍ଟର ଓ ରାତ୍ର ଜଗୁଆଳଙ୍କୁ ଦୁରକୁ ଡ଼ାକିନେଇ ଠିକାଦାର କିଏ ବୋଲି ପଚାରିଥିଲେ । ମାଓବାଦୀମାନେ ଗୋଦାମର ତାଲା ଭାଙ୍ଗି ନିଆଁ ଲଗାଇଦେଇଥିଲେ। ଏନେଇ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ଜ୍ଝ ପରେ ରେଞ୍ଜର ପୋଲିସ ଓ ବିଏସଏଫକୁ ଜଣାଇବା ପରେ ଦମକଳ ବିଭାଗ ରାତିରେ ନିଆଁ ଲିଭାଇଥିଲା।
ମାଓବାଦୀଙ୍କ ଏହି ତାଣ୍ଡବଲୀଳାରେ ପ୍ରାୟ ଏକ କୋଟି ୧୯ ଲକ୍ଷ ଟଙ୍କାର କେନ୍ଦୁପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ପୋଲିସ ପହଂଚି ତଦନ୍ତ କରୁଛି ।ତେବେ ଚନ୍ଦାହାଣ୍ଡି ଅଞ୍ଚଳରେ ଏହା ପ୍ରଥମ ଥର ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।