ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ବିପୁଳ ସାମଗ୍ରୀ ସହ ଗୋଳାବାରୁଦ ଜବତ

0

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା। ସୀମାନ୍ତ ଵର୍ତ୍ତି ଅଞ୍ଚଳରେ ବଡ଼ ଧରଣ ମାଓ ହିଂସା କାଣ୍ଡ ଘଟଇବା ପାଇଁ ପ୍ରସ୍ତୁତ ହେଉଥିବା ଯୋଜନାକୁ ପଣ୍ଡୁର କରିଦେଇଛନ୍ତି ଯବାନ ମାନେ। ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବକରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ, ଜେନେରେଟର, ପ୍ରେସର ବମ, ଗୋଳାବାରୁଦ ଜବତ କରିଛନ୍ତି ଯବାନ ମାନେ। ସୀମାନ୍ତ ଛତିଶଗଡ଼ରେ ଜୋରଦାର ଚାଲଛି ମାଓ ଅପରେସନ୍। ମାଓଗଡ଼ ଭାଙ୍ଗିବାକୁ ସର୍ଚ୍ଚ ଅପରେସନ୍ କରୁଛନ୍ତି ଯବାନ। ଏହାରି ଭିତରେ ଓଡିଶା ଛତିଶଗଡ଼ ସୀମାରୁ ଆଉ ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ସୁକୁମା ମାଲକାନଗିରି ସୀମାରୁ ବନ୍ଧୁକ ତିଆର କାରଖାନା ଠାବ କରିଛନ୍ତି ଯବାନ। ବନ୍ଧୁକ ତିଆରି ସାମଗ୍ରୀ ସହ ୨୧ଟି ପ୍ରେସର ବମ, ବିଜିଏଲ ବୋମା, ଜେନେରେଟର, ୱେଲଡିଙ୍ଗ ମେଶିନ, ଲେଥ୍ ମେଶିନ ସାମଗ୍ରୀ ଜବତ ହୋଇଛି। ବନ୍ଧୁକ ତିଆରି ସରଂଜାମ ସହ ଗୋଳାବାରୁଦ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ସୁକୁମା ଜିଲ୍ଲା ମେଟାଗୁଡା ଓ ଦୁଲେଡ ଜଂଗଲରେ କୁମ୍ବିଂ ଅପରେସନ୍‌ ବେଳେ କୋବ୍ରା ଓ ସିଆରପିଏଫ୍ ଯବାନ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।