ସୁନ୍ଦରଗଡ-: ଗତ ମାସରେ ସୁନ୍ଦରଗଡର କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣିରୁ ବିସ୍ଫୋରକ ଭର୍ତି ଏକ ଟ୍ରକ୍ ଲୁଟ କରାଯାଇଥିଲା । ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଅଭିଯୁକ୍ତର ଘର ବାଙ୍କୋ କେ ବଲାଙ୍ଗ ଥାନା ଅଞ୍ଚଳରେ । ଯେ କି ଏହି ଘଟଣାରେ ମାଓବାଦୀଙ୍କୁ ଲୁଟ ପାଇଁ ସହଯୋଗ କରିଥିବା ନେଇ ଗିରଫ ହୋଇଛି । ଏନେଇ ଡିଆଇଜି ସୂଚନା ଦେଇ କହିଛନ୍ତି ଯେ ବାଙ୍କୋ ପଥର ଖଣିକୁ ବିରୋଧ କରି ଆସୁଥିଲା ଜର୍ଜ ମୁଣ୍ଡା । ଏହି କଥାକୁ ନକ୍ସଲ ମାନଙ୍କ ନିକଟକୁ ନେଇଯାଇଥିଲା । ସେ ବହୁବାର ନକ୍ସଲଙ୍କୁ ଭେଟିଥିଲା । ସେମାନଙ୍କ ସହ ଯୋଗାଯୋଗରେ ରହି ବିସ୍ଫୋରକ ସାମଗ୍ରୀ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲା । ଏହି ଯୋଜନା ସମ୍ପର୍କରେ ମଧ୍ୟ ପୂର୍ବରୁ ସୁଚିତ କରି ଲୁଟ ସଫଳ କରିବା ବା ସମସ୍ତ ପ୍ରକରା ଜରୁରୀ ତଥ୍ୟ ଦେଇଥିଲା ।
ବିସ୍ଫୋରକ ଭର୍ତି ଟ୍ରକ୍ ଲୁଟ ପଛରେ ମାଓବାଦି ଅନମୋଲ ଓରଫ ଲାଲଚାନ୍ଦ ହେମ୍ବ୍ରମଙ୍କ ନେତୃତ୍ୱରେ ଥିବା ଗୋଷ୍ଠୀର ହାତ ଥିବା ନେଇ ତଦନ୍ତରୁ ଜଣାପଡ଼ିଛି । ଛତିଶଗଡ଼ର ଆବୁଝମାଡ ପରେ ସୁରକ୍ଷା ବାହିନୀ ସାରାଣ୍ଡା ଜଙ୍ଗଲ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବା ନେଇ ମାଓବାଦୀ ମାନେ ସନ୍ଦେହ କରୁଥିଲେ । ତେଣୁ ସେମାନେ ହତାଶ ହୋଇ ଏପରି କାର୍ଯ୍ୟ କରୁଥିଲେ । ଅପରପକ୍ଷରେ କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ଅଭିଯାନ ଚଳାଇଛନ୍ତି ।
ବଲାଙ୍ଗ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ରାଉଲକେଲା ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ କରିନେବା ଘଟଣାରେ ଅଭିଯୁକ୍ତ ଜର୍ଜ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ କେସନମ୍ବର ୮୪/୨୫ଅନୁସାରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୯୧(୨), ଧାରା ୧୯୧(୩), ଧାରା ୧୪୦(୩), ଧାରା ୩୧୦(୨), ଧାରା ୬୧(୨), ଧାରା ୧୯୦ ୧୦,୧୩,୧୬(ଖ),୧୮,୨୧,U.A.P.A. ଏବଂ ଧାରା ୨୫ Arms Act ୧୯୫୯ ଅନୁଯାୟୀ କୋର୍ଟ ଚାଲାଣ କରାଯଇଛି । ଓଡ଼ିଶା-ଝାଡ଼ଖଣ୍ଡ ସୀମା ଅଞ୍ଚଳରୁ ଘଟଣାରେ ସଂପୃକ୍ତ ମୋଟ ୩୮୧୧.୩୦ କିଲୋଗ୍ରାମ ବିସ୍ଫୋରକ ଉଦ୍ଧାର କରାଯାଇଛି ।