ଭାରତରେ ୩୮ ଜିଲ୍ଲାରେ ମାଓବାଦୀ , ଓଡ଼ିଶାରେ ୭ ଜିଲ୍ଲାରେ ସକ୍ରିୟ ଅଛନ୍ତି

0

ଓଡ଼ିଶା;ଭାରତରେ ୩୮ ଜିଲ୍ଲାରେ ମାଓବାଦୀ , ଓଡ଼ିଶାରେ ୭ ଜିଲ୍ଲାରେସକ୍ରିୟ ଅଛନ୍ତି। ଓଡିଶାରେ ଅଛନ୍ତି ୬୦ ରୁ ୭୦ ନକ୍ସଲ। ସେଥିରୁ ଓଡିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର ୬ କିମ୍ବା ୭।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ହୋଇଥିଲା ମାଓ ଦମନ। ୨୦୧୮ରେ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ ନବୀନ ପଟ୍ଟନାୟକ। ମାଲକାନଗିରି ବିଛିନାଞ୍ଚଳରୁ ସ୍ୱାଭିମାନ ଅଞ୍ଚଳ ହୋଇଥିଲା। ମାଲକାନଗିରି ଓ କୋରାପୁଟରେ ମାଓବାଦୀ ଉପଦ୍ରବ କମିବା ସାରାଦେଶରେ ଏକ ବଳିଷ୍ଠ ଉଦାହରଣ। ଏବେ ଓଡିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଦେଶର ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। ଓଡିଶାର ରହିଛି ୭ ନକ୍ସଲ ପ୍ରଭାବିତ ଜିଲ୍ଲା। ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ଚାଲିଛି ପ୍ରୟାସ। ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ । ବିଏସଏଫ୍ ର ୬୦ ତମ ପ୍ରତିଷ୍ଠା ଦିବସ ଅବସରରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଓଡ଼ିଶା ବିଏସଏଫ୍ ଆଇଜି। ସେହିପରି ବାଂଲାଦେଶ ଅନୁପ୍ରବେଶ କାରୀ ଙ୍କ ଉପରେ ସିମାବର୍ତ୍ତି ଅଞ୍ଚଳରେ କଡ଼ା ନଜର ରଖାଯାଇଛି। ଚଳିତ ବର୍ଷ ଓଡ଼ିଶା ରେ ୩ ଦୁର୍ଦ୍ଦାନ୍ତ ନକ୍ସଲ ଙ୍କୁ ନ୍ୟୁଟ୍ରାଲାଇଯ କରାଯିବା ସହ ୨୪ ରୁ ଉର୍ଦ୍ଧ କୁଖ୍ୟାତ କ୍ୟାଡ଼ର ଙ୍କୁ ଆତ୍ମସମର୍ପଣ କରିବାରେ ସଫଳ ହୋଇଛି ବିଏସଏଫ। ସେହିପରି ୩୪ ଟି ଆଇଇଡି, ୧୧୭ ଟି ଗ୍ରେନେଡ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଆଗକୁ ମଧ୍ୟ ନକ୍ସଲ ବିରୋଧୀ ଅପରେସନ ଜାରି ରହିବ। ଓଡ଼ିଶା ପୋଲିସ ଏବଂ ଗୁଇନ୍ଦା ସହ ସମନ୍ଵୟ ରଖି କାର୍ୟ୍ୟ କରାଯିବ। ଅତ୍ୟାଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଡ୍ରୋନ ଏବଂ ସଟେଲାଇଟ ସର୍ଭେଲାନ୍ସ ସହ ମାଓ ଗତିବିଧି ଉପରେ ନଜର ରଖାଯିବା ନେଇ କହିଛି ବିଏସଏଫ। ଡିସେମ୍ବର ୧ ରାଇଜିଂ ଡେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି bsf ig।