ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କଲେ ମାଓବାଦୀ

0

ମାଲକାନଗିରି: ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ଛତିଶଗଡ ବିଜାପୁର କେଶମୁଣ୍ଡି ଗାଁରେ ଏପରି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ କୁରାଢିରେ ହାଣି  ହତ୍ୟା କରିଛନ୍ତି ମାଓବାଦୀ ।   ମୃତକ କେଶମୁଣ୍ଡି ହେଲେ ଗାଁର ୪୧ ବର୍ଷୀୟ ଯୁବକ ଭାଦୁ ସୋଧି । ତେବେ ସତରେ ମୃତ ଯୁବକ ପୁଲିସକୁ ଖବର ଦେଉଥିଲେ କି ନାହିଁ ତାର କୌଣସି ସୂଚନା ମିଳି ନାହିଁ । ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି।