ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି ମାଓବାଦୀ

0

ରିପୋର୍ଟର୍ସ ଟୁଡେ ବ୍ୟରୋ : ଦୁର୍ବଳ ହେଲାଣି ଲାଲଗଡ । ମାଓବାଦୀ ମାନେ ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି । ୨୨ ମାଓବାଦୀ ଛତିଶଗଡ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ନୂଆପଡ଼ା ଡିଭିଜନର ଏସିଏମ୍ ଏବଂ ପିଏଲଜିଏ ପ୍ଲାଟୁନ୍-୧ର ମାଓ ଦମ୍ପତି ରହିଛନ୍ତି । ସେହିପରି ୨୨ଜଣଙ୍କ ମଧ୍ୟରେ ଅଛନ୍ତି ୯ଜଣ ମହିଳା ମାଓବାଦୀ ।
ଆତ୍ମସମର୍ପଣ କରିଥିବା ୨୨ ମାଓବାଦୀ ସୁକୁମା ଜିଲ୍ଲାର ବୋଲି ଜଣାପଡିଛି । ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏ ଦିଗରେ ଯବାନ ମାନେ ଘନଘନ ଅପରେସନ କରୁଥିବା ବେଳେ ୧୫ ମାସରେ ୩୩୪ ଜଣ ମାଓବାଦୀ ନିହତ ହେଲେଣି। ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ସରକାରଙ୍କର ଆତ୍ମସମର୍ପଣ ନୀତି ମଧ୍ୟ ରହିଛି । ତେଣୁ ହିଂସା ଛାଡ଼ି ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ମଧ୍ୟ ୬୦ ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେବା ପରେ ମାଓବାଦୀମାନେ ସାମୁହିକ ଭାବେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି ।