ଧରା ପଡିଲା କୁଖ୍ୟାତ ନକ୍ସଲ

0

ଋାଞ୍ଚି: ୩୦ ବର୍ଷରେ ୩୦ ଜଣ ପୋଲିସ କର୍ମୀଙ୍କ ହତ୍ୟାରେ ସାମିଲ ଥିଲା ଜଣେ ଯୁବକ । ମୁଣ୍ଡ ୁପରେ ଥିଲା ୧୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି । ଶେଷରେ ଏବେ ପୋଲିସ ହାତରେ ଧରାପଡିଛି ସେହି କୁଖ୍ୟାତ ନକ୍ସଲ । ଏ ହେଉଛି କୁଖ୍ୟାତ ନକ୍ସଲ ରମେଶ ଗଞ୍ଜୁ । ଝାଡଖଣ୍ଡ ପୋଲିସ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଉଦ୍ୟମ ଫଳରେ ଗିରଫ ହୋଇଛି ରମେଶ । ବିହାର ଏବଂ ଝାଡଖଣ୍ଡରେ ମୋଟ ୪୫ରୁ ଉଦ୍ଧ୍ୱର୍ ମାମଲାର ଅଭିଯୁକ୍ତ ରମେଶ ଲ୍ୟାଣ୍ଡ ମାଇନ୍ସ ମଧ୍ୟ ବିଛାଇବାରେ ଥିଲା ମାହିର । ପୋଲିସ ଅନୁସାରେ ରମେଶ ଗଞ୍ଜୁ ୩୦ ଜଣ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା ।