(ରିପୋର୍ଟସ ଟୁଡ଼େ)ମାର୍ଚ୍ଚ ୧ରୁ ଆପଣଙ୍କ ମୋବାଇଲ ୱାଲେଟ ଖାତା ବନ୍ଦ ହେବାକୁ ଯାଉଛି। ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ)ଙ୍କ ନିୟମ ଅନୁସାରେ ଦେଶ ସାରା କାର୍ଯ୍ୟକାରୀ ହେଉଥିବା ୯୫ ପ୍ରତିଶତ ମୋବାଇଲ ୱାଲେଟ ବନ୍ଦ ହୋଇଯିବ। ଏହାଦ୍ବାରା ଲୋକଙ୍କ ଏମିତି ଖାତା ପରିଚାଳନା କରିବା ବନ୍ଦ ହୋଇଯିବ।
ଦେଶ ସାରା କାର୍ଯ୍ୟରତ ସମସ୍ତ ମୋବାଇଲ କମ୍ପାନୀକୁ ୨୮ ଫେବ୍ରୁୟାରୀ ପର୍ଯ୍ୟନ୍ତ ନିଜର ଗ୍ରାହକଙ୍କୁ କେୱାଇସି ପୂରା କରିବାକୁ ହେବ। ଅବଶ୍ୟ ବର୍ତ୍ତମାନ ଅଧିକାଂଶ କମ୍ପାନୀ ନିଜର କେୱାଇସି ପୂରା କରିନାହାନ୍ତି। ଏମିତିରେ ୧ ମାର୍ଚ୍ଚରୁ ଏହି ମୋବାଇଲ ୱାଲେଟକୁ ବନ୍ଦ ହେବାର ଭୟ ଲାଗି ରହିଛି।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମୋବାଇଲ ୱୋଲେଟ ଯୁଜର୍ସଙ୍କୁ ଆଶ୍ବାସନା କରି କହିଛି ଯେ ୨୮ ଫେବ୍ରୁୟାରୀ ପରେ ମଧ୍ୟ ତାଙ୍କ ୱୋଲେଟରେ ଥିବା ବାଲାନ୍ସ ଶେଷ ହେବ ନାହିଁ। ଏହା ସହିତ ୱାଲେଟରେ ଥିବା ଟଙ୍କାର ବ୍ୟବହାର ଜିନିଷ କିଣିବାରେ ମଧ୍ୟ ବ୍ୟବହାର କରିପାରିବେ। ଟଙ୍କାକୁ ସେ ନିଜର ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ପଠାଇ ପାରିବେ।
ଆରବିଆଇ କହିଲେ ଯେ ଗ୍ରାହକ ୧ ମାର୍ଚ୍ଚରୁ କେୱାଇସି ପାଇଁ ୱାଲେଟରେ ଟଙ୍କା ରଖିପାରିବେ ନାହିଁ। ଏହା ସହିତ କାହାର ମଧ୍ୟ ଟଙ୍କା ପଠାଇ ପାରିବେ ନାହିଁ। ଆରବିଆଇର ସବୁ ମୋବାଇଲ ୱାଲେଟ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଅଛି ଯେ ସେ ନିଜର ବେସିକ କେୱାସି ପ୍ରକ୍ରୀୟାକୁ ପୂରା କରି ନିଅନ୍ତୁ।
କିଛି ମୋବାଇଲ ୱାଲେଟ କମ୍ପାନୀ ଗ୍ରାହକ ମଧ୍ୟରେ ଏହା ପ୍ରଚାର କରୁଥିଲେ ଯେ ତାଙ୍କ ସର୍ବିସ ୧ ମାର୍ଚ୍ଚ ପରେ ମଧ୍ୟ ବିନା କେୱାସି ଗ୍ରାହକଙ୍କ ପାଇଁ ସୂଚାରୁ ରୂପରେ ଚାଲୁ ରହିବ।