ଗଞ୍ଜାମ/ ରଜନୀକାନ୍ତ ପାତ୍ର: ପାଟ୍ରୋଲିଂ ବେଳେ ଜବତ ହେଲା ଗଞ୍ଜେଇ । ଘଟଣାରେ ୩ ନାବାଳକ ସମ୍ପୃକ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରୁ । ପାଟପୁର ଥାନା ପୋଲିସ ଏସ୍ ଆଇ ମିଲନ୍ ପ୍ରଧାନ ସଦଳବଳେ ପାଟ୍ରୋଲିଂ କରୁଥିବା ସମୟରେ ତପ୍ତପାଣି ନିକଟରେ ସନ୍ଦେହ ଜନକ ଭାବେ ୩ ନାବାଳକଙ୍କୁ ଅଟକାଇଥିଲେ। ୨ ଟି ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିବା ପରେ ସେମାନେ ଧରିଥିବା ୨ ଟି ବ୍ୟାଗରୁ ୨୧ କିଲୋ ଗଞ୍ଜେଇ ଜବତ କରିଥିଲା। ପରେ ଅଟକ ୩ ନାବାଳକଙ୍କୁ ପୋଲିସ ବାଳସୁଧାର ଗୃହକୁ ପଠାଇଛି ପୋଲିସ ।