ବିବାହର ଗୁମର ଖୋଲିଲେ ରାକ୍ଷୀ

0

(ପ୍ରିୟଦର୍ଶନୀ ସ୍ୱାଇଁ): ବଲିଉଡ଼ର ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି ଡ଼୍ରାମା କରି ଆଗ ଧାଡ଼ିରେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମୁମ୍ବାଇର ଔଡ ଗବକ୍ସକ୍ସସକ୍ଟଗ୍ଧଗ୍ଧ ନାମକ ଏକ ହୋଟେଲରେ ଲୁଚି ଛପି ବିବାହ କରିବା କଥା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏବେ ଏଥିରେ ଛୁଙ୍କ ମାରିଛନ୍ତି ରାକ୍ଷୀ । ପ୍ରଥମେ ଏହା ଏକ ବ୍ରାଇଡ଼ାଲ ଫୋଟୋସୁଟ କହି ଗଣମାଧ୍ୟମକୁ ଏଡ଼ାଇ ଦେଇଥିଲେ । କିନ୍ତୁ ପରେ ବିବାହ କରିଥିବା ମାନିଛନ୍ତି ରାକ୍ଷୀ । ରାକ୍ଷୀ କହିଛନ୍ତି ଯେ ,ତାଙ୍କ ସ୍ୱାମୀ ରିତେଶ ମିଡ଼ିଆକୁ ପସନ୍ଦ କରନ୍ତି ନାହିଁ । ତେଣୁ ସେ ମିଡ଼ିଆ ସାମ୍ନାକୁ ଆସିବାକୁ ଚାହାନ୍ତି ନାହିଁ । ତା ଛଡ଼ା ବିବାହ ପରିବାର ଭିତରେ ହୋଇଥାଏ । ସାରା ଦୁନିଆକୁ ଜଣାଇବାର ଆବଶ୍ୟକତା ନୁହେଁ । ରିତେଶ ଆମେରିକାର ଡ଼୍ରୋନାଲ୍ଡ ଟ୍ରମ୍ପଙ୍କ କମ୍ପାନୀରେ କାମ କରନ୍ତି । ତାଙ୍କର ଇଛା ରାକ୍ଷୀ ଇଣ୍ଡିଆରେ ରହି ଫିଲ୍ମ ଇଣ୍ଡଷ୍ଟୀରେ କାମ କରନ୍ତୁ । କିନ୍ତୁ ରାକ୍ଷୀ ସ୍ୱାମୀଙ୍କ ସହ ରହିବାକୁ ଭିଜା ପାଇଁ ଆପ୍ଲାଏ କରିଛନ୍ତି, ଯାହା ପ୍ରୋସେସିଂରେ ଅଛିି ।
ରାକ୍ଷୀ ପୂର୍ବରୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଯାହାକୁ ସେ ପବ୍ଲିସିଟି ଷ୍ଟନ କହି ଏଡ଼ାଇ ଦେଇଛନ୍ତି । ତେଣୁ ରାକ୍ଷୀ ସତରେ ବିବାହ କରିଛନ୍ତି କି ନାହିଁ ତାହା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କେତେଦୁର ସତ୍ୟ ତାହା ଭବିଷ୍ୟରେ ଜଣାପଡ଼ିବ ।