କେନ୍ଦୁଝର: ନ୍ସଲ ଗୁଳିରେ ସହିଦ ହୋଇଥିବା ସିଆରପିଏଫ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ସଂପନ୍ନ ହୋଇଛି ସେଷେକୃତ୍ୟ । ରାଷ୍ଟୀୟ ମର୍ଯ୍ୟଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର । ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।ସହିଦ ଯବାନଙ୍କ ମରଶରୀର ରାଞ୍ଚିରୁ ସଡକ ପଥ ଦେଇ କେନ୍ଦୁଝର କୁ ଆସଥିଲା ।ସେଠାରେ ପୂର୍ବାହ୍ନ ସାଢେ ନଅଟାରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏକ ବିଶାଳ ଶୋଭାଯାତ୍ରା ଘସିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ ଛକ, ବଡ଼ଦାଣ୍ଡ ଦେଇ ମରଶରୀର ୬ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା। ସେଠାରେ ତାଙ୍କୁ ସି ଆର୍ ପି ଏଫ୍ ପକ୍ଷରୁ ତୋପ ସଲାମି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।