ବରଗଡ: ବୀରପୁଅକୁ ଅଶ୍ରୁଳ ବିଦାୟ ଦେଲେ ବରଗଡ ଲୋକ । ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷ ଦର୍ଶନ ସହ ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ । ମଣିପୁରରେ କାର୍ୟ୍ୟରତ ବେଳେ ଦୁର୍ଘଟଣାରେ ସହିଦ ହୋଇଥିଲେ ନୀଳାଞ୍ଚଳ । ପାର୍ଥିବ ଶରୀର ବାଘପାଲି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଇଥିଲେ ବରଗଡ଼ ଜିଲ୍ଲାପାଳ। ଏହାପରେ ସହର ପରିକ୍ରମା କରଯିବା ପରେ ପୈତୃକ ଗାଁକୁ ନିଆଯାଇଥିଲା। ବୀର ପୁଅକୁ ହରାଇ ଗୁମୁରି କାନ୍ଦୁଛି ବାଘପାଲି। କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ। କାହାରି ଆଖିରୁ ଲୁହ ଶୁଖୁନି। ନୀଳାଞ୍ଚଳଂକୁ ଶେଷ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଥିଲା। ନୀଳାଞ୍ଚଳ ଆସାମ ରାଇଫଲ୍ସରେ କାର୍ୟ୍ୟରତ ଥିଲେ ।