ମାସୁଦ ଅଜହରର ନିକଟତର ; ଭାରତ ବିରୋଧୀକୁ ପାକ୍ ରେ ହତ୍ୟା

ଭାରତ ବିରୋଧୀ ଙ୍କ ଅକାଳ ମୃତ୍ୟୁ

0

ଆତଙ୍କୀ ସଂଗଠନ ଜସ-ଏ-ମହମ୍ମଦ ଚିଫ୍ ମାସୁଦ ଅଜହରର ଅତି ନିକଟତର ଥିଲା ମøଲାନା ରହୀମୁଲ୍ଲା ତାରିକ ।ପାକିସ୍ତାନର କରାଚିରେ ଭାରତ ବିରୋଧୀ ଧାର୍ମିକ ନେତା ଭାବରେ ମøଲାନା ରହୀମୁଲ୍ଲା ତାରିକ କୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ କେହି ଦୁବୃତ୍ତ ଗୁଳି କରି ହତ୍ୟା କରିଛନ୍ତିା ସେ ସବୁବେଳେ ଧାର୍ମିକ ସଭା ମାନଙ୍କରେ ଭାରତ ବିରୋଧରେ କଟୁମନ୍ତବ୍ୟ ଦେଇଥାଏ ।ପୋଲିସ୍ ର ବିବୃତ୍ତି ଅନୁସାରେ;ଏହା ଏକ ଟାର୍ଗେଟ କିଲିଙ୍ଗ୍ ମୃତ ବ୍ୟକ୍ତି ଜଣକ ହିଁ ମøଲାନା ରହୀମୁଲ୍ଲା ତାରିକ ଅଟନ୍ତି ।ପାକିସ୍ଥାନରେ ଲଗାତାର ଆତଙ୍କବାଦୀ ମାନଙ୍କ ହତ୍ୟା ଆତଙ୍କୀ ସଂଗଠନର ନିଦ ହଜେଇ ଦେଇଛି ।ପୂର୍ବରୁ ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସହିଦ ଲତିଫକୁ, ପାକିସ୍ଥାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଗୁଳି କରି ହତ୍ୟା କରାଯାଇଥିଲା