ନୂଆଦିଲ୍ଲୀ: ଦକ୍ଷିଣ ନାଇଜେରିଆରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏକ ଫୁଏଲ ଟ୍ୟାଙ୍କର ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ- ପୂର୍ବ ରାଜ୍ୟ ଏନୁଗୁର ଏନୁଗୁ –ଓନିଟଶା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସୋଲିନ ଭର୍ତ୍ତି ଏକ ଟ୍ୟାଙ୍କର ୧୭ଟି ଗାଡିକୁ ଓକ୍କା ଦେବା ପରେ ଭୀଷଣ ଭାବେ ବିସ୍ଫୋରଣ ଘଟିଥିଲା । ଯାହାଫଳରେ ନିଆଁରେ ପୋଡି ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଆହତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଉଦ୍ଧାର କାରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇ ପୋଲିସ ଘଟଣା ସ୍ଥଲରେ ପହଞ୍ଚି ଅଧିକ ଛାନଭିନ ଜାରି ରଖିଛି ।