ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ । ସେକ୍ଟର ୧୮ ଶଙ୍କାରଚାର୍ଯ୍ୟ ମାର୍ଗ ଟେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ କଲା ଦମକଳ ବାହିନୀ । ତେବେ ବାରମ୍ବାର ମହାକୁମ୍ଭରେ ଅଘଟଣର ଖବର ସାମ୍ନାକୁ ଆସୁଛି । ଏହା ପୂର୍ବରୁ ଥରେ ନିଆଁ ଲାଗିତôବା ବେଳେ କିଛି ଦିନ ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ କିଛି ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କୈାଣସି ମୃତାହତ ହୋଇନାହାନ୍ତି ।
ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କୁମ୍ଭମେଳାରେ ୧୭ ଶଙ୍କାରଚାର୍ଯ୍ୟ ମାର୍ଗରେ ଥିବା ଇସ୍କନ ରୋଷେଇଶାଳାରେ ଏସିର ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଫଳରେ ବହୁ କଟେଜ ଜଳିପୋଡି ପାଉଁଶ ହୋଇଯାଇଛି । ଏହାପୂର୍ବରୁ ଗୀତା ପ୍ରେସ ଗୋରଖପୁର ଶିବିରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା ।
ୟୁପି ସରକାରଙ୍କ ଅନୁଯାୟୀ, ଚଳିତ ମହାକୁମ୍ଭରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ସଙ୍ଗମ ସ୍ଥଳରେ ୩୯୭.୪ ନିୟୁତରୁ ଅଧିକ ଲୋକ ପବିତ୍ର ବୁଡ଼ ପକାଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପବିତ୍ର ବୁଡ଼ ପକାଇଛନ୍ତି। ପ୍ରୟାଗରାଜର ଚାଟନାଗ ଘାଟ ଅଞ୍ଚଳର ଏକ ଖୋଲା ସ୍ଥାନରେ ୧୫ଟି ତମ୍ବୁରେ ନିଆଁ ଲାଗିବାର ଗୋଟିଏ ସପ୍ତାହ ପରେ ଏହି ଘଟଣା ଘଟିଛି। କୌଣସି ମୃତ୍ୟୁ ଖବର ମିଳିନାହିଁ ଏବଂ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରାଯାଇଥିଲା। ପରେ ତମ୍ବୁଗୁଡ଼ିକ ଅନଧିକୃତ ବୋଲି ଜଣାପଡ଼ିଥିଲା।