କରାଚୀରେ ସପିଙ୍ଗ୍ ମଲ୍ରେ ଭୟଙ୍କର ଅଗ୍ନିକାଣ୍ଡ : ଗଲା ୧୧ ଜୀବନ

0

କରାଚୀ: ପାକିସ୍ତାନ କରାଚିରେ ଜଳିଲା ସପିଂ ମଲ୍‌ । ନିଆଁରେ ଜୀବନ୍ତ ପୋଡି ହୋଇ ୧୧ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍‌ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।  ଖବର ମୁତାବକ, କରାଚିର ରଶିଦ୍ ମିନହାସ୍ ରୋଡରେ ଥିବା ଆରଜେ ସପିଂ ମଲରେ ନିଆଁ ଲାଗିଯାଇଥିଲା । ଫଳରେ ୧୧ ଜଣ ପୋଡି ହୋଇ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଦମକଳ ବାହିନୀ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରିଛି । କିନ୍ତୁ ଆହୁରି ଅନେକ ଲୋକେ ମଲ୍ ଭିତରେ ଫସି ରହିଛନ୍ତି । କରାଚି ମୁଖ୍ୟମନ୍ତ୍ରୀ ଏହି ମାମଲାର ରିପୋର୍ଟ ମାଗିଛନ୍ତି । ଜିଲା ଡେପୁଟି କମିଶନର ଅଲତାଫ ଶେଖ କହିଛନ୍ତି ଯେ, ଅଗ୍ନିକାଣ୍ଡ ପରେ ୨୨ଜଣଙ୍କୁ ମଲରୁ ଉଦ୍ଧାର କରାଯାଇ ଜିନ୍ନା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଜେପିଏମସି ସ୍ଥାନାନ୍ତର କରାଯାଇଛି ।ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ ଆହତ ହୋଇଥିବା କେତେ ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।