ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍

0

ଭୁବନେଶ୍ୱର: ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍ । ଡାକ ବିଭାଗରେ  ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲାରେ ସିବିଆଇର ବଡ ଧରଣର ତଦନ୍ତ  ।  ରାଜ୍ୟର ବିଭିନ୍ନ ଜିଲ୍ଲାର ୬୭ ଟି ସ୍ଥାରେ ରେଡ କରୁଛି ସିବିଆଇ  । କଳାହାଣ୍ଡି, ନୂଆପଡା,ରାୟଗଡ଼ା,ବାଲେଶ୍ୱର,ଭଦ୍ରକ ଅଞ୍ଚଳରେ ଚାଲିଛି ରେଡ୍ । ରେଡ୍ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଥିବା କୁହାଯାଉଛି । ତେବେ ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିବା ବେଳେ  ୬୩ ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଥିଲା ।ଏହି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ରହିଛି  ।

 ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୦୨୩ ମସିହାରେ ସାର୍ଟିଫିକେଟ ଜବତ ଘଟଣାରେ ସିବିଆଇ ତଦନ୍ତ ପାଇଁ ଚିଠି ଲ୍ଖେିଥିଲା ଭୁବନେଶ୍ୱର ପୋଷ୍ଟାଲ ଡିପାର୍ଟମେଣ୍ଟ । ଫେକ ସାର୍ଟିଫିକେଟ ଦେଇ ଶହଶହ ଆଶାୟୀ ଆବେଦନ କରିଥିବା ଜଣାପଡିଥିଲା । ରାଜ୍ୟ ବାହାର ବୋର୍ଡର ଜାଲ ସାର୍ଟିଫିକେଟ ଦେଇ ଆବେଦନ କରିଥିଲେ ଆଶାୟୀ  । ୧୩୮୨ ଟି ଗ୍ରାମିଣ ଡାକ ସେବକ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା । ଏଣୁ ଏହାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖାଯାଇଥିଲା । ତେବେ ୨୦୧୮ ପରେ  ଡାକ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କର ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି କୁହାଯାଉଥିବା ବେଳେ ଯାଞ୍ଚ ବେଳେ  ଧରାପଡିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛିୀ  ।