ସୁନାମୀ ନେଇ ଆମେରିକାକୁ ସତର୍କ କରାଇଲା ପାଣିପାଗ ବିଭାଗ

ସୁନାମୀ ପାଇଁ ସତର୍କ ଘଣ୍ଟି। ଏନେଇ ଆମେରିକାକୁ ସତର୍କ କରାଇଲା ପାଣିପାଗ ବିଭାଗ।

0

(ଦିଲ୍ଲୀ) : ସୁନାମୀ ପାଇଁ ସତର୍କ ଘଣ୍ଟି। ଏନେଇ ଆମେରିକାକୁ ସତର୍କ କରାଇଲା ପାଣିପାଗ ବିଭାଗ। ଶନିବାର ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦ୍ୱୀପ ନିକଟରେ ସମୁଦ୍ର ମଧ୍ୟରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ୪ ଫୁଟ ଉଚ୍ଚର ଢ଼େଉ ସୃଷ୍ଟି ହୋଇ କୂଳରେ ମାଡ ହେଉଛି। ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀ ଚେତବାନୀ ଜାରି କରାଯାଇଛି।

ସୂଚନାନୁଯାୟୀ , ଏହି ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ବିଶାଳ ଆକାରର ଢ଼େଉକୁ ଦୃଷ୍ଟିରେ ରଖି ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀର ଚେତବାନୀ ଜାରି କରାଯାଇଛି। ଏହାବ୍ୟତୀତ ଜାପନକୁ ମଧ୍ୟ ସୁନାମୀ ବିପଦ ଥିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ବିସ୍ଫୋରଣର ଏକ ଭିଡିଓ ହୋନୁଲୁଲୁ ଜାତୀୟ ପାଣିପାଗ ସର୍ଭିସେସ ପକ୍ଷରୁ ଟ୍ୱିଟରରେ ଶେଆର କରାଯାଇଛି ।