ସ୍ୱଏଟର୍ ପିନ୍ଧି ଟ୍ରୋଲ ହେଲେ ମସ୍ତାନୀ ଗାର୍ଲ ଦୀପିକା

0

ମୁମ୍ବାଇ:ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍ ର ଆକ୍ଟିଙ୍ଗ ହେଉ କିମ୍ବା ଡ୍ରେସିଂଙ୍ଗ ସେନ୍ସକୁ ନେଇ ବେଶ ଜଣାସୁଣା । ନିକଟରେ ଅନୁଷ୍ଠିତ ହୋଇଥିବା ୱସ୍କାକାରରେ ତାଙ୍କ ବ୍ଲାକ ଗାଉନରେ ଖୁବ ଆକର୍ଷଣୀୟ ଲାଗିବା ସହ ଖୁବ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ତାଙ୍କରା ଡ୍ରେସିଙ୍ଗ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ନିକଟରେ ମସ୍ତାନୀ ଦୀପିକା ଏକ ଭିଡିଓରେ ପିନ୍ଧିଥିବା ଡ୍ରେସକୁ ନେଇ ଖୁବ ଟ୍ରୋଲ ହୋଇଛନ୍ତି ।
ଭିଡିଓରେ ଦିପୀକା ଏୟାର ପୋର୍ଟରେ ଏକ କ୍ରିମ୍ ରଂଗର ସ୍ବଏଟର୍ ପିନ୍ଧିଥିବା ବେଳେ ନାଲି ରଂଗର ଏକ ଜ୍ୟାକେଟ୍ ତା ଉପରେ ପିନ୍ଧିଛନ୍ତି। ତାହା ସହିତ ସେ ଏକ କଳା ଚଷମା ବି ପିନ୍ଧିଛନ୍ତି । ଦୀପିକା ବିମାନ ବନ୍ଦରରୁ ହସି ହସି ଏକଦମ୍ ବିନ୍ଦାସ ଅନ୍ଦାଜ୍ରେ ବାହାରୁଛନ୍ତି। ଲୁଇ ଫିଲିପ୍ ବ୍ରାଣ୍ଡ୍ ଲୋଗ ଥିବା ଏକ ବ୍ୟାଗ୍କୁ ବି କାନ୍ଧରେ ପକାଇଛନ୍ତି ସେ। ଧଳା ରଂଗର ସ୍ନିକର୍ ସହ ଡେନିମ୍ ଜିନ୍ସ ପରିଧାନ କରି ସେ ବେଶ୍ ଆକର୍ଷଣୀୟ ଦିଶୁଥିଲେ । ଉଦୁଉଦିଆ ଖରା ଗରମରେ ଶୀତ ପୋଷାକ ପିନ୍ଧିଥିବାର ଦେଖି ସମସ୍ତେ ଚକିତ ହୋଛନ୍ତି ।ଯେହେତୁ ମୁମ୍ବାଇରେ ଏବେ ଖୁବ୍ ଜୋର୍ ଗରମ ହେଉଛି ଏତେ ଗରମରେ ଶୀତ ପୋଷାକ ପିନ୍ଧିଛନ୍ତି ଏହା ଦେଖି ଟ୍ରୋଲ ହୋଛନ୍ତି ।