ଭୁବନେଶ୍ୱର: ନକଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ କିଶୋର ମିଶ୍ର ଗିରଫ ଘଟଣା । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଅଢେ଼ଇ ବର୍ଷ ମଧ୍ୟରେ ଏକାଧିକ ଲୋକଙ୍କୁ ଚାକିରୀ ଦେବା ନାମରେ ଠକୁଥିଲେ ଦୁଇ ଠକ । କୋରାପୁଟର ବିଭିନ୍ନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କାହାକୁ ଚାକିରୀ ଦେବାକୁ କହି ଟଙ୍କା ନେଇଛନ୍ତି ତ କାହାକୁ ଟ୍ରାନ୍ସଫର କରି ଦେବାକୁ କହି ନେଇଥିଲେ ଟଙ୍କା । କେତେବେଳେ ନିଜକୁ ଆଇ ଆଣ୍ଡ ପିଆର ବିଭାଗର ବରିଷ୍ଠ ଅଧିକାରୀ କହୁଥିଲେ ଆଉ କେତେବେଳେ ଆରଟିଆଇ ଆକ୍ଟିଭିଷ୍ଟ ପରିଚୟ ଦେଉଥିଲେ । ଗତ ୨ରୁ ୩ ବର୍ଷ ମଧ୍ୟରେ କିଶୋର ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି ।