(ଭୁବନେଶ୍ୱର) ; ଆସନ୍ତା କାଲି ହେବାକୁ ଯାଉଛି ଅଫଲାଇନ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ଫଳକୁ ନେଇ ଅସନ୍ତୋଷ ଦେଖାଇଥଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ମଧ୍ୟ । ତେବେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଆଉଥରେ ପରିକ୍ଷା ଦେଇପାରିବେ ସେ ନେଇ ନିଷ୍ପତି କରିଥିଲେ ବୋର୍ଡ ଅଧକ୍ଷ । ଯେଉଁ ଛାତ୍ର ଛାତ୍ରୀ ନିଜର ମାଟ୍ରିକ ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ କାଲିଠାରୁ ଅଫଲାଇନ ପରୀକ୍ଷା ଦେଇପାରିବେ । ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ରେଗୁଲାରରେ ୬ ହଜାର ୫ ଶହ ୯୭ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ମୋଟ୍ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଲେ ବୋର୍ଡ ସଭାପତି । ସବୁ ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କ୍ରିନିଂ । ରେଗୁଲାର୍ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏ ନେଇ ବୋର୍ଡ ସଭାପତି ରାମାସିସ୍ ହାଜରା ସୂଚନା ଦେଇଛନ୍ତି ।