ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଭୁବନେଶ୍ୱର:  ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଏହି  ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋହନ ମାଝୀ । ଏଥିସହ ମୁଖ୍ୟମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଚାପମୁକ୍ତ ହୋଇ ସକରାତ୍ମକ ମନୋଭାବର ସହ ପରୀକ୍ଷା ଦେବା ପାଇଁ ପରାମର୍ଶ ସହ  ଦୃଢ଼ ଆତ୍ମବିଶ୍ବାସର ସହ ପରୀକ୍ଷା ଦେଇ ଉତ୍ତମ ପ୍ରଦର୍ଶନ କରିବା ପାଇଁ ଉପଦେଶ ଦେଲେ ।

ସୂଚନା ଅନୁଯାୟୀ , ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଉଛନ୍ତି । ସାରା ରାଜ୍ୟରେ ମୋଟ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ହେଉଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।