କାଲିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା : ପରୀକ୍ଷା ଦେବେ ୫ ଲକ୍ଷ ୧୨ ହଜାର ୪୩୭ ଛାତ୍ରଛାତ୍ରୀ

0

ଭୁବନେଶ୍ବର:  କାଲିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା । ଉଭୟ ରେଗୁଲାର  ଏବଂ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ହେବ ପରୀକ୍ଷା । ଏଭୟଙ୍କର ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନପତ୍ରରେ ଦେବେ ପରୀକ୍ଷା । ତେବେ ଆସନ୍ତା କାଲି  ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ। ପରୀକ୍ଷା ପାଇଁ ବିଭାଗ ସମସ୍ତ ପଦକ୍ଷେପ ନେଇଛି। ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ୫ ଲକ୍ଷ ୧୨ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଭାଗ ପକ୍ଷରୁ ୩୧୪ଟି ନୋଡାଲ ସେଣ୍ଟର ହୋଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଫ୍ଲାଇଂ ସ୍କ୍ୱାର୍ଡ ଠାରୁ ଆରମ୍ଭ କରି ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି। ସେଣ୍ଟ୍ରାଲ ଅବଜରଭର୍, ଜିଲ୍ଲାସ୍ତର ଅବଜରଭର୍ ମାନେ ଦାୟିତ୍ୱରେ ରହିଛନ୍ତି। ଯେମିତି ପରୀକ୍ଷାରେ କୌଣସି ବ୍ୟତିକ୍ରମ ହେବ ନାହିଁ, ସେଥିପାଇଁ ବିଭାଗ ତରଫରୁ ଗୁରୁତ୍ଵ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।