ସୁନ୍ଦରଗଡର ଏକ ସରକାରୀ ସ୍କୁଲ ହେଡ୍ ମାଷ୍ଟରଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତା ସହିତ ୧୧ ଜଣ ପୀଡିତାଙ୍କୁ ମୋଟ ୨୮ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ବି ପ୍ରଦାନ କରାଯିବ । କେବେଳ ସେତିକି ନୁହେଁ ସାରଙ୍କୁ ୪୭ ହଜାର ଟଙ୍କାର ଜରିମନା ବି ଲାଗିଛି । କାରଣ ସାରଙ୍କର ଦୋଷ ହେଉଛି ସେ ସ୍କୁଲ ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିଲେ ଓ ଯୈ÷ାନ ଶୋଷଣ କରୁଥିଲେ । ତେଣୁ କୋର୍ଟ ରାଗି ଯାଇ ଏପରି ୯୦ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି ଓ ମୋଟା ଅଙ୍କର ଅନୁକମ୍ପା ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାପ୍ତ ଖବର ଅନୁସାରେ ସୁନ୍ଦରଗଡ ରାଇଡିହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲ ସ୍କୁଲର ଛାତ୍ରୀମାନଙ୍କୁ ନିୟମିତ ଖରାପ ବ୍ୟବହାର କରି ଆସୁଥିଲେ । ସୁଯୋଗ ଦେଖି କିଛି ଛାତ୍ରୀଙ୍କୁ ଯୈ÷ାନ ଶୋଷଣ କରୁଥିଲେ । ଏ ନେଇ ପ୍ରଥମେ ଜଣେ ଛାତ୍ରୀଙ୍କ ବାପା ୨୦୧୫ ନଭେମ୍ବର ୩୦ ତାରିଖରେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ହେଟ୍ ମାଷ୍ଟରଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା । ପରେ ଏହି ମାମଲାରେ ମୋଟ ୪୦ ଜଣ ବ୍ୟକ୍ତି ସାକ୍ଷୀ ଦେଇଥିଲେ ଏବଂ ହେଡ୍ସାର୍ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବିଚାରପତି ମହେନ୍ଦ୍ର କୁମାର ସୁତ୍ରଧର ଶେଷରେ ପୋକ୍ସ ଆକ୍ଟ ସେକ୍ସନ୍ ୬, ଆଇପିସି ଧାରା ୩୭୬ (୨) ବି, ଧାରା ୩୭୬ (୨) ଏଫ, ଧାରା ୩୭୬ (୨) ଆଇ, ଧାରା ୩୭୬ (୨) ଏନ୍ ଆଧାରରେ ୧୦ ବର୍ଷ ଲେଖାଏଁ ଦଣ୍ଡ ସହ ୫ ହଜାର ଜରିମନା, ଏସସିଏସଟି ପ୍ରିଭେନସନ୍ ଅଫ୍ ଆଟ୍ରୋସିଟି ଆକ୍ଟ ସେକ୍ସନ ୩୨ (୨) ଭି, ୩୨ (୨) ଭିଆଇ ସହ ଧାରା ୩୫୪ (ବି) ପାଇଁ ୭ ବର୍ଷ ଜେଲ ଜଣ୍ଡ ସହ ୩ ହଜାର ଫାଇନ୍ , ପକ୍ସୋ ଆକ୍ଟ ଅନୁସାରେ ପ୍ରତି ଦୋଷ ପାଇଁ ୨ ବର୍ଷ ଦେଲ ଦଣ୍ଡ ଘୋଷଣା କରିଛନ୍ତି । ଏହି ସବୁ ଦଣ୍ଡାଦେଶକୁ ମିଶାଇେ ମୋଟ ୯୦ ବର୍ଷ ସଜ୍ଜା ହେଉଛି ଓ ଜରିମନା ମିଶାଇଲେ ୪୭ ହଜାର ଟଙ୍କାର ଫାଇନ୍ ଲାଗୁଛି । ହେଲେ ନିୟମ ଅନୁସାରେ ସର୍ବାଧିକ ସଜ୍ଜାର ବର୍ଷଟି ମୋଟ ସଜ୍ଜା ସମୟ ହେବ । ମାନେ ସେ ସର୍ବାଧିକ ୧୦ ବର୍ଷ ଜେଲରେ କାଟିବେ । ଏହା ବାଦ୍ ଯେଉଁ ୧୧ ଜଣ ଛାତ୍ରୀ ଯୈ÷ାନ ଶୋଷଣର ଶିକାର ହୋଇଛନ୍ତି ସେମାନଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣକୁ ୨୮ ଲ କ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।