(ଆଦର୍ଶ ରାଉତ): ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ବାଘାଝରଣ ଡ଼ାହିସାହି ଗାଁରେ ଏକ ବିଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯବୁକ ଜଣକ ଭଦ୍ରକ ଜିଲ୍ଲା ଶଙ୍କରପୁର ଗାଁର ରାଜେଶ ଶର୍ମା ବୋଲି ଜଣାପଡ଼ିଛି ।
ରାଜେଶଙ୍କର ଏକ ବିବାହିତ ମହିଳାଙ୍କ ସହ ଅନୌତିକ ସମ୍ପର୍କ ଥିବା ନେଇ ମହିଳାଙ୍କ ସ୍ୱାମୀ ରାଜେଶଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ମୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଚିଂ ମହିଳାଙ୍କ ସ୍ୱାମୀ ଠାକୁର ମାର୍ଣ୍ଡିର୍ଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ଘଟଣା ସ୍ଥଳରୁ ମୃତ ଯୁବକଙ୍କ ଏକ ସ୍କୃଟି ଜବତ କରାଯାଇଛି ।