ମ୍ୟାକ୍ ଡୋନାଲ୍ଡରେ ବି ମାନ୍ଦାବସ୍ଥା, ଛଟେଇ ହେବେ କର୍ମଚାରୀ

0

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଡ୍ କଂପାନୀ ମ୍ୟାକ୍ ଡୋନାଲ୍ଡରେ ଅଚଳା ଅବସ୍ଥା । ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥାର ପ୍ରଭାବ ଏବେ କଂପାନୀ ଉପରେ ପଡିଛି । ଫଳରେ ଅନ୍ୟ ବହୁ ରଷ୍ଟ୍ରୀୟ କଂପାନୀ ଭଳି ମ୍ୟାକ୍ ଡୋନାଲ୍ଡ ନିଜ କର୍ମଚାରୀ ଛଟେଇ କରିବାକୁ ଚିନ୍ତା କରୁଛି । ଏପରିକି ଆମେରିକା ଭଳି ବିକଶିତ ଓ ଅର୍ଥନୀତି ସମ୍ବଳ ରାଷ୍ଟ୍ରରେ ଥିବା ସମସ୍ତ ଅଫିସକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଯାଉଛି । କଂପାନୀ ଆଉଟ୍ ଲେଟ ଅପେକ୍ଷା ତାର କର୍ପୋରେଟ୍ କର୍ମଚାରୀ ଛଟେଇ କରିବ ବୋଲି ନିଷ୍ପତି ନେଇଛି । ଏହି ଖବର ବିଶ୍ୱର ଅଗ୍ରଣୀ ଖବର ସରବରାହ ସଂସ୍ଥା ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶ କରିଛି ।
ଅଫିସ ଅପେକ୍ଷା ଘରେ ରହି କାମ କରିବାକୁ ବା ୱର୍କ ଫ୍ରମ୍ ହୋମ କରିବା ପାଇଁ ଇ-ମେଲ ଜରିଆରେ ଜଣାଇ ଦେଇଛି । ସୋମବାର ଠାରୁ ବୁଧାବାର ଯାଏଁ କର୍ମଚାରୀମାନେ ଘରେ ରହି କାମ କରିବେ । ଏମିତି କରିବା ଦ୍ୱାରା ଅଫିସ ଖର୍ଚ୍ଚରୁ ମୁକ୍ତି ମିଳିବ ବୋଲି କାଂପାନୀ ଚିନ୍ତା କରିଛି । ସେହିପରି ୱର୍କ ଫ୍ରମ୍ ହୋମରେ ଭର୍ଚୁଆଲ୍ ମୋଡରେ ଛଟେଇ ସଂପର୍କରେ ଜଣାଇ ହେବ ବୋଲି କଂପାନୀ କହିଛି । ତେବେ କେତେ କର୍ମଚାରୀ ଛଟେଇ ହେବେ ଏହାର ସଂଖ୍ୟା କିନ୍ତୁ ମ୍ୟାକ୍ ଡୋନାଲ୍ଡ କୌଣଶି ସୂଚନା ଦେଇ ନାହିଁ । ମ୍ୟାକ୍ ପକ୍ଷରୁ କର୍ମଚାରୀମାନଙ୍କୁ ଦିଆ ଯାଇଥିବା ମେଲରେ ସୁଚିତ କରା ଯାଇଛି ଯେ ଏପ୍ରିଲ ୩ ତାରିଖରୁ କଂପାନୀ ପ୍ରତ୍ୟକଟି କର୍ପୋରେଟ୍ କର୍ମଚାରୀଙ୍କ କାମକୁ ଅନୁଶୀଳନ ବା ତର୍ଜମା କରିବ, ତେଣୁ କର୍ମଚାରୀ ମାନେ ଅଫିସ ନ ଆସି ଏପ୍ରିଲ ୩ରୁ ୫ ତାରିଖ ଘରେ ରହି କାମ କରିବେ ଓ କଂପାନୀ ସହ ଯୋଗାଯୋଗରେ ଥିବେ । ଏହା ସହ କଂପାନୀର ସମସ୍ତ ଇନ୍ ପର୍ସନ ବା ବ୍ୟକ୍ତିଗତ ସ୍ତରୀୟ ମିଟିଂ ବାତିଲ କରି ଦିଆ ଯାଇଛି । ଜାନୁଆରୀ ମାସରେ କଂପାନୀ କହିଥିଲା କର୍ମଚାରୀଙ୍କ କାମ କରିବା ସ୍ତରରକୁ ନେଇ ସମୀକ୍ଷା କରି ବ୍ୟବସାୟର ଭବିଷ୍ୟତ ଋଣନୀତି ପ୍ରସ୍ତୁତ କରାଯିବ । ଏହା ଦ୍ୱାରା କିଛି ଛଟେଇ ଓ ନୂଆ ନିଯୁକ୍ତି କରାଯିବ । ଏବେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା କାରଣରୁ ଗୁଗଲ୍, ଆମାଜନ୍, ମାଇକ୍ରୋସଫ୍ଟ , ଟ୍ୱିଟର ଭଳି କଂପାନୀ ନିଜ କର୍ମଚାରୀ ଛଟେଇ କରି ଚର୍ଚ୍ଚାରେ ଅଛନ୍ତି ।