କାର ଦୁର୍ଘଟଣାରେ ଏମସିଏଲ କର୍ମଚାରୀ ମୃତ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ସମ୍ବଲପୁରରେ ଆଜି ସକାଳେ ଏକ କାର ଦୁର୍ଘଟଣା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଏମସିଏଲ କର୍ମଚାରୀ ରାଜେନ୍ଦ୍ର ମିଶ୍ର । ଏମସିଏଲ ମୁଖ୍ୟଳୟକୁ ଯିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ପ୍ରକାଶ ଯେ, ଆଜି ସକାଳ ୮ଟା ବେଳେ ରାଜେନ୍ଦ୍ର ଏମସିଏଲ କାର୍ଯ୍ୟାଳୟକୁ ଯାଉଥିବା ବେଳେ ହୀରାକୁଦ ରେଳବାଇ ଷ୍ଟେସନ ପାଖରେ ପଛ ପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏମସିଏଲ ମୁଖ୍ୟ ଦ୍ୱାରରୁ ୫୦ ମିଟର ଦୂରରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କାରକୁ ଜବତ କରିଛନ୍ତି । କାରକୁ ଛାଡି ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା ମିଳିଛି । କାରର ସମ୍ମୁଖ ଭାଗ ସମ୍ପର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି ।