ପ୍ରସୂତି ଠାରୁ ଲାଞ୍ଚ ମାଗିବା ଅଭିଯୋଗ

0

( ଟୁକୁନା ଖରା/ ନବରଙ୍ଗପୁର ) :ମେଡିକାଲକୁ  ଆଣି ସୁରକ୍ଷିତ ପ୍ରସବ ପାଇଁ ସରକାର ଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ମେଡିକାଲରେ ଛୁଆ ଜନ୍ମ ପରେ ଟଙ୍କା ପ୍ରଦାନ କରାଯାଉଛି କିନ୍ତୁ ଛୁଆ ଜନ୍ମ ପାଇଁ ମେଡିକାଲ ରେ ଭର୍ତି ହୋଇଥିବା ପ୍ରସୂତି କୁ ଲାଞ୍ଚ ମାଗିବା ନେଇ ଅଭିଯୋଗ ହୋଇଛି ।। ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରୁ ଆସିଛି ଏହି ଅଭିଯୋଗ । କୁକୁଡ଼ାବାଇ ଗ୍ରାମର ଗର୍ଭବତୀ ମହିଳା ନିରୂପମା ସାଗରିଆ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିବା ଫଳରେ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ । ଛୁଆ ଜନ୍ମ ପାଇଁ ପ୍ରସୂତି ଙ୍କୁ ଅସ୍ତ୍ରୋପଚାର ର ଆବଶ୍ୟକତା ପଡିଲା । ତେବେ ୨୨ ତାରିଖ ଦିନ ଏହି ଅସ୍ତ୍ରୋପଚାର ସମୟରେ ମେଡିକାଲ ର ଦୁଇ ଜଣ କର୍ମଚାରୀ ତାଙ୍କୁ ଚାରି ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରସୂତି ଙ୍କ ପରିବାର ତରଫରୁ ପ୍ରାଥମିକ ଭାବେ ଅସ୍ତ୍ରୋପଚାର ପୂର୍ବରୁ ପାଞ୍ଚ ଶହ ଟଙ୍କା ଦେଇଥିବା ବେଳେ ବଳକା ଟଙ୍କା ଛୁଆ ଜନ୍ମ ପରେ ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଛୁଆ ଜନ୍ମ ପରେ ପୁଣି ବଳକା ଟଙ୍କା ମାଗିବା ଫଳରେ ପରିବାର ଲୋକଙ୍କ ତରଫରୁ ଏଡିଏମଓ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା । ମେଡିକାଲ ଏଡିଏମଓ ପ୍ରସୂତି ଙ୍କୁ ଲାଞ୍ଚ ଘଟଣାରେ ଅଭିଯୋଗ ପାଇଥିବା କୁ ସ୍ୱୀକାର କରିବା ଏନେଇ ପ୍ରସୂତି ଙ୍କ ପରିବାର ତରଫରୁ ଅଭିଯୋଗ ପାଇବା ପରେ ମେଡିକାଲ ର ଡାକ୍ତର ଙ୍କୁ ନେଇ ଏକ ତିନି ଜଣିଆ ଯାଞ୍ଚ କମିଟି କରାଯାଇ ତାହାର ଦୁଇ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରକାଶ କରିବା ଓ ରିପୋର୍ଟ ଆଧାର ରେ ଦୋଷୀ ଙ୍କ ବିରୋଧ ରେ କାର୍ୟ୍ୟାନୁଷ୍ଠାନ ନେବା ନେଇ ସୂଚନା ଦେଇଛନ୍ତି । ଅପରପକ୍ଷରେ ପ୍ରସୂତି ଙ୍କ ପରିବାର ଲୋକଙ୍କୁ କିଛି କର୍ମଚାରୀ ଏହାକୁ ନେଇ ଅଭିଯୋଗ ନକରିବାକୁ ଲେବରରୁମ ଭିତରେ କହୁଥିବା ଦେଖିବାକୁ ମିଳିଛି ଯାହା କ୍ୟାମେରାରେ କୟଦ ହୋଇଛି । ଯାହାଫଳରେ ସମ୍ପୃକ୍ତ ପରିବାର ପକ୍ଷରୁ ଏନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି ,କେବଳ ଏଡିଏମଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ।