ଫିମ୍ପିମରା ଔଷଧର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ନବକିଶୋର

0

ସୂର୍ୟ୍ୟକାନ୍ତ ବେହେରା, ମାଲକାନଗିରି : ଫିମ୍ପି ମାରିଯାଇଥିବା ଔଷଧ ଖାଇ ଗୁରୁତର ହେଲେ ମହିଳା । ମାଲକାନଗିରି ନିକଟସ୍ଥ ଏମଭି-୭ ଗ୍ରାମରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଗ୍ରାମର ସୁଜିତ ମଣ୍ଡଳଙ୍କ ପତ୍ନୀ କାଲିଦାଶୀ ମଣ୍ଡଳଙ୍କୁ କାଶ ସହ ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିଲା। ଏହାପରେ କାଲିଦାଶୀ ମଣ୍ଡଳଙ୍କ ଭଉଣୀ ମୀନାରାଣୀ ମଣ୍ଡଳ ତୁରନ୍ତ ଭଉଣୀକୁ ନେଇ ମେଡିକାଲ ଯାଇଥିଲେ । ମେଡିକାଲରେ ସେ ଡାକ୍ତର ବାସନ୍ତୀ ହାଂସଦାଙ୍କୁ ଦେଖା କରିଥିଲେ । ତେବେ ଡାକ୍ତର ବାସନ୍ତୀ ତାଙ୍କୁ ଡକ୍ସିଏଲଏକ୍ସ ନାମକ ଏକ ଔଷଧ ମେଡିସିନ ଖାଇବା ପାଇଁ କହିଥିଲେ । କାଲିଦାଶୀ ମଧ୍ୟ ମେଡିକାଲରୁ ଏହି ଔଷଧ ନେଇଥିଲେ । ତେବେ ସେହି ଔଷଧ ଖାଇବା ପରେ କାଲିଦାଶୀ ଭଲ ହେବା ପରିବର୍ତ୍ତେ ଅଧିକ ଗୁରୁତର ହୋଇଯାଇଥିଲେ ।

ଏହାକୁ ନେଇ ମୀନାରାଣୀ ଯାଞ୍ଚ କରିବାରୁ ପ୍ୟାକେଟରେ ଫିମ୍ପି ମାରି ଯାଇଥିବା ଔଷଧ ରହିଥିବା ଦେଖିବାକୁ ପାଇଥିଲେ । ଏହି ଔଷଧ ଖାଇବାଯୁକ୍ତ ନୁହେଁ । ସେ ଆଣିଥିବା ପ୍ରତ୍ୟେକ ପ୍ୟାକେଟ ଭିତରେ ଔଷଧ ଫିମ୍ପି ମାରିଯାଇଥିଲା । ତୁରନ୍ତ ସେହି ଔଷଧ ନେଇ ସେ ମେଡିକାଲ ଯାଇ ଏଡିଏମଓ ଶିବ ପ୍ରସାଦ ମହାରଣାଙ୍କୁ ଭେଟିଥିଲେ । ଏଡିଏମଓ ମଧ୍ୟ ଅନ୍ୟ ପ୍ୟାକେଟ ଖୋଲି ଦେଖିବା ବେଳେ ସବୁ ଔଷଧ ଫିମ୍ପି ମାରି ଯାଇଥିବା ଦେଖିବାକୁ ପାଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏବିଷୟରେ ପଚାରିବାରୁ ଏଭଳି ଅଭିଯୋଗର ତଦନ୍ତ କରି କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ନବକିଶୋର ଦାଶ ।