ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରୁ ଦୂରଗାମୀ ସବ୍ସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ ହୋଇଛି। ନିର୍ଭୟ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ସକାଳ ୯ଟା ୫୫ ମିନିଟ୍ରେ ଏହି କ୍ଷେପଣାସ୍ତ୍ରର ଉତ୍କ୍ଷେପଣ କରାଯାଇଛିି।
କ୍ଷେପଣାସ୍ତ୍ରର ଓଜନ ୧୫୦୦ କିଲୋଗ୍ରାମ ଓ ଓସାର ୦.୫୨ ମିଟର। ଏହାର ଲମ୍ବ ୬ ମିଟର ଏହାର ଡ଼େଣାର ଲମ୍ବ ୨.୭ ମିଟର ରହିଛି। ୨୦୦ରୁ ୩୦୦ କିଲୋଗ୍ରାମ ପର୍ୟ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ୭୫୦ରୁ ୧୦୦୦ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ । କ୍ଷେପଣାସ୍ତ୍ରର ବେଗ ଶବ୍ଦର ବେଗଠାରୁ ୭ରୁ ୯ ଗୁଣ ଅଧିକ। ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିଲା। ଆଜି ନବମ ଥର ପାଇଁ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଛି।
‘ନିର୍ଭୟ’ କ୍ଷେପଣାସ୍ତ୍ରରେ ଏଥର ମାଣିକ ଟର୍ବୋଫ୍ୟାନ ଇଞ୍ଜିନ ବ୍ୟବହାର କରାଯାଇଛି। ପୂର୍ବରୁ ଟର୍ବୋଫ୍ୟାନ ଇଞ୍ଜିନ ବ୍ୟବହାର କରାଯାଉଥିଲା। ଏହାଦ୍ୱାରା କ୍ଷେପଣାସ୍ତ୍ର ଅଧିକ ବେଗ ପାଇବା ସହିତ କମ୍ ଶବ୍ଦ କରିବ ବୋଲି ଜଣାପଡ଼ିଛି।