ଭୁବନେଶ୍ୱର-: ମିନାକ୍ଷୀ ବାହିନୀପତିଙ୍କୁ ମିଳିଲା ଓଡିଶା ପ୍ରଦେଶ ମହିଳା କଂଗ୍ରେସ ଦାୟିତ୍ୱ । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି କଲେ ଏଆଇସିସି ସଭାପତିଙ୍କ । ଏଆଇସିସି ସଭାପତିଙ୍କ ଅନୁମୋଦନ ଅନୁସାରେ ନିଯୁକ୍ତି ନେଇ ସୂଚନା ଜାରି କରାଯାଇଛି । ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଆଜି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କେସି ଭେଣୁ ଗୋପାଳ ଘୋଷଣା କରିଛନ୍ତି । ଶ୍ରୀମତୀ ବାହିନୀପତି ପୂର୍ବରୁ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବରେ କାର୍ଯ୍ୟକରିଥିଲେ । ସେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ୧୦ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟକରିଥିଲେ । କୋରାପୁଟ ପୌରାଞ୍ଚଳର ଅଧ୍ୟକ୍ଷା ଭାବରେ ସେ ଦୁଇଥର ନିର୍ବାଚିତ ହୋଇଥିଲେ ।