(ଓମ୍ ପ୍ରକାଶ ମିଶ୍ର / ସୋନପୁର ) : ପତାଞ୍ଜଳି ପରିବାର ତରଫରୁ ସ୍ଥାନୀୟ ସୁବର୍ଣପୁର ଠାରେ ଥିବା ପ୍ରଭାସ ହୋଟେଲ ଠାରେ ଏକ କାର୍ୟ୍ୟକାରାଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପତାଞ୍ଜଳି ୟୋଗପୀଠ ହରିଦ୍ୱାର ରୁ ଆସିଥିବା ସ୍ୱାମୀ ଓଁଦେବଜୀ ମହାରାଜ ଓ ରାଜ୍ୟ ଭାରତ ସ୍ୱାଭିମାନ ର ପ୍ରଭାରୀ ସୁଧାଂଶୁ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାର ପ୍ରତେକ ଘରେ ଯୋଗ ର ବାର୍ତ୍ତାକୁ ପହଞ୍ଚାଇବା ସହିତ ୟୋଗ କାକ୍ଷାର ଵୃଦ୍ଧି ସକାଶେ ଗୁରୁତ୍ୱରୋପ କରିଥିଲେ । ଭବିଷ୍ୟତରେ ଜିଲାର ସବୁ ଅଂଚଳରେ ୟୋଗ ର ପ୍ରଚାର ପ୍ରସାର କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।ସର୍ବସମତ କ୍ରମେ ନୁତନ ଜିଲ୍ଲାର କାର୍ୟ୍ୟକାରିଣୀ ଭାବରେ ପତାଞ୍ଜଳି ୟୋଗ ସମିତି ସଭାପତି ରବୀନ୍ଦ୍ର କୁମାର ମେହେର ଓ ଭାରତ ସ୍ୱାଭିମାନ ସହ ପ୍ରଭାରୀ ଭାରେ ସଂଜୟ କୁମାର ସାହୁଙ୍କ ମନୋନୀତ କରାଗଲା। ଉକ୍ତ ବୈଠକରେ ରାଜ୍ୟ କାର୍ୟ୍ୟକାରିଣୀ ର ଭାରତ ସ୍ୱାଭିମାନ ପ୍ରଭାରୀ ସୁଧାଂଶ ଅଧିକାରୀ ,ପତାଞ୍ଜଳି ୟୋଗ ସମିତି ସହ ପ୍ରଭାରୀ ପୃଥ୍ୱୀରାଜ ପଧାନ ମଣ୍ଡଳ ପ୍ରଭାରୀ ନୟନ ରଂଜନ ଦାସ ,ରାଜ୍ୟ ଯୁବ କାର୍ୟ୍ୟକର୍ତା ମନୋଜ ପଣ୍ଡା ,ଯୁବ ପ୍ରଭାରୀ ସତ୍ୟବାନ ମିଶ୍ର ,ରାଜ୍ୟ ସୋସିଆଲ ମିଡିଆ ସହ ପ୍ରଭାରୀ ବିନୟ ପଣ୍ଡା , ଅର୍ୟ୍ୟକଂହ। ମେହେର ସ୍ୱଦେଶୀ ପ୍ରଚାରକ ପ୍ରଦୀପ ମେହେର,ପଏଁରୀ ସଭାପତି ଲଡୁ କିଶୋର ମଲିକ , ଇନ୍ଦୁମତି ମିଶ୍ର, ପରମାନଦ ନାୟକ ପ୍ରମୁଖ ଜିଲାର ବହୁତ ଯୋଗ ପ୍ରେମି ଉପସ୍ଥିତ ଥିଲେ।ଏହି କାର୍ୟ୍ୟକ୍ରମରେ ପିଭିଏସଏସ ସ୍ଵଚ୍ଛ ଭାରତ ସୋନପୁର ଓ ମନୁମୁଣ୍ଡା ସଂଗଠନ ର ସଭାପତି ଲକ୍ଷ୍ମୀ ନାରାୟଣ ମେହେର ଙ୍କୁ ସ୍ଵାମୀ ଓଁଦେବଜୀ ମହାରାଜ ଉପଢକନ ଦେଇ ସମ୍ମାନିତ କରିଥିଲେ।ଶେଷରେ ବରିଷ୍ଠ ମାର୍ଗଦର୍ଶକ ଶମ୍ଭୁଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।