ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ବୈଠକ

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର ) : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ସଡ଼କ ସୁରକ୍ଷା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସୋନପୁର ଉପ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବଳରାମ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସଡ଼କ ଦୂର୍ଘଟଣା କିଭଳି ଜିଲ୍ଲାରେ ହ୍ରାସ ପାଇବ ସେନେଇ ଆଲୋଚନା ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗଦେଇ ଜିଲ୍ଲାରେ ଲୋକଙ୍କୁ ସଚେତନ କରିବା ପାଇଁ ପେଟ୍ରୋଲ ପମ୍ଫ ଏବଂ ସିନେମା ହଲ୍ ରେ ଦୂର୍ଘଟଣା ସମ୍ଫର୍କିତ ଭିଡିଓ ପ୍ରଦର୍ଶନ କରିବାକୁ ସମ୍ଫୄକ୍ତ ମାଲିକ ଙ୍କୁ ଅନୁରୋଧ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଚାଳକ ମାନଙ୍କର ଫୋନ ନମ୍ବର ଏବଂ ଠିକଣା ରଖିବା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କୁ ଚିଠି କରାଯିବ ବୋଲି ନିଷ୍ପତ୍ତି ହୋଇଛି।ଜିଲ୍ଲା ପରିବହନ ବିଭାଗର ଅଧିକାରୀ ରବିନ୍ ପଟ୍ଟନାୟକ ଯୋଗଦେଇ ଦୄତ ଗତିରେ ଗାଡ଼ି ଚଳାଉଥିବା ଡ୍ରାଇଭର ମାନଙ୍କର ଜାନୁଆରୀ ମାସ ରୁ ଜୁଲାଇ ମାସ ମଧ୍ୟରେ ୧୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଥିବା ସୁଚନା ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସୋନପୁର ଏସଡିପିଓ ମିହିର ପଣ୍ଡା, ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅସିତ ବଡପଣ୍ଡା,ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜି, ବେସାମରିକ ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରା ଉପସ୍ଥିତ ଥିଲେ।ବୈଠକ ଶେଷରେ ଜୁନିୟର ପରିବହନ ବିଭାଗ ଅଧିକାରୀ ଜନ ପ୍ରତାପ କୁଲୁ ଧନ୍ୟବାଦ ଅର୍ପଣ କରିଥିଲେ।