( ଗୋପ / ଜୟନ୍ତ କୁମାର ସେଠୀ ) : ବାଲୁଖଣ୍ଡ- କୋଣାର୍କ ବନ୍ୟଜନ୍ତୁ ଅଭୟାରଣ୍ୟ ତଦାରଖ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅଭୟାରଣ୍ୟ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ଅନାଧ ବିଚରଣ ଉପରେ ବୈଠକରେ ମତପ୍ରକାଶ ପାଇଛି। ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୩୧୬ ରେ ଯାନବାହାନ ସହ ଧକ୍କାରେ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟୁଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଏଥିପ୍ରତି ଧ୍ୟାନ ଦେବାପାଇଁ ଜାତୀୟ ରାଜପଥ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି। ସାଇନେଜ ମଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ଆଇନ୍ ଉଲଂଘନ କରୁଥିବା କିମ୍ଵା ବାଣିଜ୍ୟିକ ଉଦ୍ଦେଶ୍ୟରେ ନୂଆ ନିର୍ମାଣ ନକରିବାକୁ ବୈଠକରେ ମତପ୍ରକାଶ ପାଇବା ସହ ଏଥିପ୍ରତି ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ଅଭୟାରଣ୍ୟ ସଂରକ୍ଷଣ କ୍ଷେତ୍ରରେ ସାମିଲ କରିବା ନିମନ୍ତେ ବୈଠକରେ ଆଲୋଚନା ହେଉଛି। ଏଥିସହ ଅଭୟାରଣ୍ୟ ସଂରକ୍ଷଣ ସଂପର୍କିତ ବିଭିନ୍ନ ବୈଷୟିକ ଦିଗପ୍ରତି ତର୍ଜମା କରିବାପାଇଁ ଏକ ସମ କମିଟ ଗଠନ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୈରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାସ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,. କୋଣାର୍କ ବିଜ୍ଞାପିତ ଅଞ୍ଚଳ ନିର୍ବାହି ଅଧିକାରୀ ଏନ୍ ଶ୍ରୀନିବାସନ , ପର୍ୟ୍ୟଟନ ସହନିର୍ଦେଶକ ଶ୍ରୀ ବିଜୟ କୁମାର ଜେନା ଆଦି ପ୍ରମୁଖ ଉପସ୍ଥିତ ଥିଲେ।