(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ଜିଲ୍ଲା ଡେଲାଙ୍ଗ ଦାସିଆ ସ୍ମୃତି କମିଟିର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ୟ୍ୟକାରୀ ସଭାପତି ଡ଼ଃ ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବାତ୍ୟାରେ ପୀଠର କ୍ଷୟକ୍ଷତି ଓ ପୁର୍ନ ଉଦ୍ଧାର କାର୍ୟ୍ୟ ସମ୍ପର୍କେ ସମୀକ୍ଷା କରାଯାଇଥିଲା । ସେହିପରି ପୀଠରେ ଥିବା କୂପରୁ ଜଳନିଷ୍ମାସନ , ରୋଷଘର ମରାମତି, ଶ୍ରୀ ଜଗନ୍ନାଥ ମନ୍ଦିର ମଣ୍ଡପରେ ଲାଗିଥିବା ଫ୍ୟାନର ମରାମତି କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆଗାମୀ ଦଶହରାରେ ମା ବିମଲାଙ୍କ ପୂଜାନୀତି କାନ୍ତି ସମ୍ପର୍କରେ ଆଲେଚନା କରାଯାଇଥିଲା । ମହାକାର୍ତ୍ତିକ ମାସରେ ଭକ୍ତ ଦାସିଆଙ୍କ ଜୟନ୍ତୀ ପାଳନ ସମ୍ବନ୍ଦରେ ଆଲେଚନା ହୋଇଥିଲା । ଶ୍ରୀମନ୍ଦିରର ଉପ ପ୍ରଶାସକ ଡଃ ଭାସ୍କର ମିଶ୍ର ମା ବିମଳାଙ୍କ ପଜାନୀତି କାନ୍ତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡଃ ଗନଶ୍ୟାମ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ଅନ୍ୟ ମାନଙ୍କ ମଦ୍ୟରେ ଡଃ ଚିତ୍ତ ରଞ୍ଜନ ମିଶ୍ର, ଲାବର୍ଣ୍ୟ ଶବର, ଅର୍ଜୁନ ଚରଣ ସାମଲ, ପ୍ରଭାତ କୁମାର ନନ୍ଦ, ପ୍ରଫେସର ରମେଶ ଚନ୍ଦ୍ର କର ପ୍ରମ୍ୟୁଖ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।