ଯଜ୍ଞ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

0

(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଁଳାଝାରି ଗ୍ରାମ ସ୍ଥିତ କୃପାଗିରି ପିଠ ଠାରେ ଆସନ୍ତା ଜାନୁୟାରି ୪ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ସପ୍ତ ଦିବସିୟ ବିଶ୍ବଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଅନୁଷ୍ଠିତ ହେବ। ଏହି କାର୍ୟ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଆସିବା ସହ ଶତାଧିକ ସାଧୁସନ୍ଥ ଯୋଗ ଦେବେ। ପ୍ରତ୍ୟକ ଦିନ ପ୍ରସାଦ ସେବନ ସହ ସଂନ୍ଧ୍ୟାରେ ପାଲା,ପ୍ରବଚନ ଓ ଭଜନ ସଂନ୍ଧ୍ୟା ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଆୟୋଜକ ସୁଚନା ଦେଇଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ଉଦାଶ ବାବା ଯମୁନା ଦାସ ଙ୍କ ଶିଶ୍ୟ ରବିନ୍ଦ୍ରନାଥ ଦାସ,ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା,ସତ୍ୟରଞ୍ଜନ ଦାସ ଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ। ଏହି ଅଞ୍ଚଳରେ ପ୍ରଥମ କରି ଏଭଳି କାର୍ୟ୍ୟକ୍ରମ ହେବାକୁ ଯାଉଛି ଯାହାକୁ ନେଇ ସମେତ ଉତ୍ସାହିତ ଅଛନ୍ତି।