ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି : କାଳିଆ କିସ୍ତି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଅର୍ଥାତ ଉତ୍କଳ ଦିବସରେ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ କାଳିଆ କିସ୍ତି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ରାଜ୍ୟରେ 43 ଲକ୍ଷ ଚାଷୀଙ୍କୁ ଖରିଫ ଚାଷ ବାବଦ କୁ କାଳିଆ ଅର୍ଥ ରାଶି ପ୍ରଦାନ କରାଯିବ,ଝାରସୁଗୁଡା ଉପ ନିର୍ବାଚନ ଘୋଷଣା ହେବା ପରେ ଉକ୍ତ ଜିଲ୍ଲାକୁ ବାଦ ଦେଇ ଅନ୍ୟ 29 ଟି ଜିଲ୍ଲାରେ କାଳିଆ କିସ୍ତି ବଣ୍ଟନ କରାଯିବ | ସେହିଭଳି ରାଜ୍ୟର 14 ଲକ୍ଷ ଭୂମିହୀନ ଶ୍ରମିକ ଓ କୃଷି ଆନୁସଙ୍ଗିକ ଚାଷୀଙ୍କୁ ସରକାର କାଳିଆ ଯୋଜନାରେ ସାମିଲ କରିଛନ୍ତି | ସୂଚନା ଅନୁଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହେବାକୁ ଥିବା କାଳିଆ କିସ୍ତି ବଣ୍ଟନ କାର୍ଯ୍ୟକ୍ରମରେ 10 ଜଣ କାଳିଆ ହିତାଧିକାରୀ ସାମିଲ ହେବେ |